ଅପରାଧଓଡ଼ିଶା

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମାଟିତଳେ ପୋତିଦେଲେ । ଏଭଳି ଘଟଣା ଗଟିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅର୍ନ୍ତଗତ ବି-ନୂଆପଲ୍ଲୀ ଗାଁରେ । ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବି-ନୂଆପଲ୍ଲୀ ଗାଁ ର ଯୁଧିଷ୍ଠିର ପ୍ରଧାନ ରବିବାର ସକାଳେ ଜରୁରୀ କାଗଜପତ୍ରର ଜେରକ୍ସ କରିବା ପାଇଁ ବାହାରକୁ ଯାଇଥିଲେ ଏବଂ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ । ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ଦିନ ତମାମ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ଗାଁ ମୁଣ୍ଡରେ ଥିବା ପାହାଡ ତଳେ ତାଙ୍କର ଚପଲ, ଲୁଗା ଓ କାଗଜପତ୍ର ମିଳିଥିଲା । ଯୁଧିଷ୍ଠିରଙ୍କୁ ହତ୍ୟା କରି ସେଠାରେ ମାଟି ତଳେ ପୋତିଦେଇଥିବାର ଦେଖିଥିଲେ ପରିବାର ଲୋକେ । ସେନେଇ ଖଲିକୋଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିିଥିଲା । ଅଭିଯୋଗ ଅନୁଯାୟୀ ଯୁଧିଷ୍ଠିରଙ୍କ ସଂପର୍କୀୟ ଚାରିଜଣ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଦୀର୍ଘ ଦିନ ହେଲା ଯୁଧିଷ୍ଠିର ଗୁଣି ଗାରେଡି କରୁଥିବା ସନ୍ଦେହ କରି ତାଙ୍କ ସଂପର୍କୀୟ ଭାଇଙ୍କ ଘର ଲେକେ ତାଙ୍କୁ ହତ୍ୟା ଧମକ ଦେଇଥିବା କହିଛନ୍ତି ପରିବାର ଲୋକେ ।

Show More

Related Articles

Back to top button