ଦେଶମୁଖ୍ୟ ଖବର

ଆଗାମୀ ଦିନରେ ଦୈନିକ ୨ କୋଟିରୁ ଅଧିକ ଟିକା ଦିଆଯିବ ବୋଲି ଆଶା କରାଯାଉଛି : ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଶା କରାଯାଉଛି ଆଗକୁ ଦୈନିକ ଦୁଇ କୋଟିରୁ ଅଧିକ ଡୋଜ ଦିଆଯିବ। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତକୁ ଏହି ଗତିର ଆବଶ୍ୟକତା ରହିଛି । ଗତକାଲି ଭାରତରେ ୨.୫୦ କୋଟିରୁ ଅଧିକ ଲୋକ ଟିକା ପାଇଛନ୍ତି ।

କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ୍ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ୨.୫୦ କୋଟିରୁ ଅଧିକ ଟିକାକରଣ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଆଣ୍ଟି-କରୋନା ଟୀକାକରଣର ଏହି ଗତି ଆବଶ୍ୟକ ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତିଦିନ ଦୁଇ କୋଟିରୁ ଅଧିକ ଡୋଜ ଟିକା ଦିଆଯିବ ବୋଲି ଆଶା କରାଯାଉଛି । ଗତକାଲି ଭାରତରେ ଟୀକାକରଣ ପ୍ରସଙ୍ଗରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

Show More

Related Articles

Back to top button