Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ୧୮ କୋଟିରୁ ଅଧିକ ଲୋକ ନେଇସାରିଲେଣି କରୋନା ଟିକା

ଦେଶରେ ଏପର୍ଯ୍ୟନ୍ତ ୧୮ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି କୋଭିଡ ଟିକା । ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତି ଆଠଟା ଯାଏଁ ଦେଶରେ ଆଣ୍ଟି କୋଭିଡ ଡୋଜ୍ ମୋଟ ୧୮ କୋଟି ୦୪ ଲକ୍ଷ ୨୯ ହଜାର ୨୬୧ ଜଣ ନେଇଛନ୍ତି । ଟିକାକରଣର ତୃତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ୪୨ ଲକ୍ଷ ୫୫ ହଜାର ୩୬୨ ଜଣ ନେଇଛନ୍ତି ଟିକା ।

ମନ୍ତ୍ରଣାଳୟ କହିଛି ଯେ ଗୁରୁବାର ୧୮ରୁ ୪୪ ବର୍ଷ ବୟସର ୩ ଲକ୍ଷ, ୨୫ ହଜାର ୦୭୧ ହିତାଧିକାରୀ ପ୍ରଥମ ଡୋଜ୍ ଏବଂ ୩୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୪୨ ଲକ୍ଷ ୫୫ ହଜାର ୩୬୨ ଜଣ ଏହି ବୟସ ବର୍ଗର ଲୋକେ ଟିକା ନେଇ ସାରିଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇଥିବା ମୋଟ ୧୮ କୋଟି ୦୪ ଲକ୍ଷ ୨୯ ହଜାର ୨୬୧ ଜଣ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୯୬ ଲକ୍ଷ ୨୭ ହଜାର ୧୯୯ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି ।

ସେହିଭଳି ୬୬ ଲକ୍ଷ ୨୧ ହଜାର ୬୭୫ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ୧ କୋଟି ୪୩ ଲକ୍ଷ ୬୩ ହଜାର ୭୫୪ ଜଣ ଆଗଧାଡିର ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୮୧ ଲକ୍ଷ ୪୮ ହଜାର ୭୫୭ ଜଣ କର୍ମଚାରୀ ଦ୍ୱିତୀୟ ଡୋଜ ପାଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ୧୮ ରୁ ୪୪ ବର୍ଷ ବୟସର ମୋଟ ୪୩୨ ଲକ୍ଷ ୫୫ ହଜାର ୩୬୨ ଜଣ ଲୋକଙ୍କୁ ଟିକାକରଣର ପ୍ରଥମ ଡୋଜ୍ ଦିଆଯାଇଛି ।

Show More

Related Articles

Back to top button