ଦେଶ ବିଦେଶମୁଖ୍ୟ ଖବର

ପ୍ରଥମଥର ବାଇଡେନଙ୍କୁ ଭେଟିଲେ ମୋଦି

ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ହୋଇଥିଲା ଆଲୋଚନା

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଥମଥର ଲାଗି ଭେଟିବା ସହ ଆଲୋଚନା କରିଛନ୍ତିି । ହ୍ୱାଇଟ ହାଉସ ଓଲାଭା କାର୍ଯ୍ୟାଳୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ବିଶେଷ କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି । ସେ କହିଛନ୍ତି ଯେ ବାଇଡେନଙ୍କ ନେତୃତ୍ୱରେ ଭାରତ ଆମେରିକା ସମ୍ପର୍କ ନୂଆ ଶିଖରରେ ପହଁଞ୍ଚିବ ।

ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି କୋରୋନା ମହାମାରୀ ଓ କ୍ୱାଦ ରାଷ୍ଟ୍ରଗୋଷ୍ଠୀ ଗଠନ କ୍ଷେତ୍ରରେ ବିଶ୍ୱ ସମୁଦାୟ ପାଇଁ ବାଇଡେନଙ୍କ ଅବଦାନକୁ ମୋଦି ପ୍ରଂଶସା କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଶାନ୍ତି ବିଶ୍ୱ ପାଇଁ ଜରୁରୀ । ବର୍ତ୍ତମାନ ବିଶ୍ୱ ପାଇଁ ବୈଷୟିକ ଜ୍ଞାନ କୌଶଳ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଏହା ମାନବ ସଭ୍ୟତାର ବିକାଶ ଦିଗରେ ଉପେଯାଗୀ ହେବା ଦରକାର ବୋଲି କହିଥିଲେ ମୋଦି ।

ଅନ୍ୟପଟେ ଭାରତ ଓ ଆମେରିକାରେ ଯେଉଁ ଗଣତାନ୍ତ୍ରୀକ ମୂଲ୍ୟବୋଧ ରହିଛି । ତାହା ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରକୁ ପ୍ରସାରିତ ହେବା ଉଚିତ ବୋଲି ମୋଦି ମତ ରଖିଥିଲେ । ଆମେରିକାର ବିକାଶ ଦିଗରେ ଭାରତୀୟ-ଆମେରିକୀୟଙ୍କ ଅବଦାନକୁ ମୋଦି ପ୍ରଂସଶା କରିଥିଲେ । ଆମେରିକା ମାଟି ଓ ହ୍ୱାଇଟ ହାଉସରେ ମୋଦି ଓ ତାଙ୍କ ପ୍ରତିନିଧି ଦଳଙ୍କୁ ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି ।

କଥାବାର୍ତ୍ତା ସମୟରେ ବାଇଡେନ କହିଥିଲେ ଯେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେସମ୍ପର୍କରେ ଏହି ନିବିଡତା ସାରା ବିଶ୍ୱ ପାଇଁ ଲାଭ ଦାୟକ ହେବ । ଅନ୍ୟପଟେ କୋରନା ମହାମାରୀ ଭଳି କଠିନ ପରିସ୍ଥିତିକୁ ଦୁଇଦେଶ ମିଳିତ ଭାବେ ମୁକାବିଲା କରିପାରିଛନ୍ତି । ବାଇଡେନ ମଧ୍ୟ ମହାତ୍ମାଗାନ୍ଦୀଙ୍କ ଅହିଂସାକୁ ମନେପକାଇଥିଲେ । ମୋଦିଙ୍କ ସାଙ୍ଗରେ ସାକ୍ଷାତ ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇଥିଲା ।

 

Show More

Related Articles

Back to top button