ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଭାରତକୁ ଆସୁଛି ମଡର୍ଣ୍ଣା, ଜାଣନ୍ତୁ କେବେ ମିଳିବ…

ଦେଶରେ କରୋନା ସମୟରେ ଆଉ ଏକ ଆସ୍ଵସ୍ଥିକର ଖବର । ଖୁବ ଶୀଘ୍ର ଭାରତକୁ ମିଳିବ 75 ଲକ୍ଷ ମଡର୍ଣ୍ଣା ଡୋଜ ।

ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ପ୍ରାଥମିକ କ୍ଲିନିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଏହାର ଆରୋଗ୍ୟ କରିବା କ୍ଷମତା 94.1 ପ୍ରତିଶତ । ସେପଟେ ଭାରତକୁ ଏହି ଟିକା ଆଣିବା ଲାଗି ବି ସରକାର ସମସ୍ତ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଗତ ଜୁନ 29ରେ ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ମଡର୍ଣ୍ଣା କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ସବୁଜ ସଂକେତ ଦେଇଥିଲେ । ଏବେ ଭାରତରେ କୋଭାକ୍ସିନ, ଆଷ୍ଟ୍ରାଜେନେକା, କୋଭିସିଲଡ ଆଦି ଟିକା କୋଭିଡ ମୁକାବିଲାରେ ବ୍ୟବହାର କରାଯାଉଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ପୁନମ କ୍ଷେତ୍ରପାଳ କହିଛନ୍ତି ଭାରତକୁ ମଡର୍ଣ୍ଣା ଯୋଗାଇେଦେବା ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇଛି । .ଏହାର ଆରୋଗ୍ୟ କରିବାର କ୍ଷମତା ଅଧିକ ଥିବାରୁ ଭାରତ ଲାଗି ଏହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ।

Show More

Related Articles

Back to top button