Breaking PLUSଦେଶ ବିଦେଶମୁଖ୍ୟ ଖବର

ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍‌, ସତର୍କ ରହି ଯାତ୍ରା କରନ୍ତୁ ଯାତ୍ରୀ

ଆଜି ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। କରୋନା ପାଇଁ ୧୬୯ ଦିନ ଧରି ସେବା ବନ୍ଦ ଥିଲା । ସାଧାରଣ ଲୋକ ଏବେ ମେଟ୍ରୋରେ ଯାତ୍ରା କରିପାରିବେ । ଏହି ସେବା ୩ଟି ପର୍ଯ୍ୟାୟରେ ଆରମ୍ଭ ହେଉଛି।

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। କରୋନା ପାଇଁ ୧୬୯ ଦିନ ଧରି ସେବା ବନ୍ଦ ଥିଲା । ସାଧାରଣ ଲୋକ ଏବେ ମେଟ୍ରୋରେ ଯାତ୍ରା କରିପାରିବେ । ଏହି ସେବା ୩ଟି ପର୍ଯ୍ୟାୟରେ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟର ସେବା ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ମେଟ୍ରୋର ଲାଇନ-୨ (ସମୟପୁର ବାଦଲୀ ଠାରୁ ହୁଡା ସିଟି ସେଣ୍ଟର ଓ ରାପିଡ ମେଟ୍ରୋ, ଗୁରୁଗ୍ରାମ)ରେ ମେଟ୍ରୋ ପରିଚାଳନା ଆରମ୍ଭ ହେବ।
ଦ୍ୱିତୀୟ ଫେଜରେ ସେପ୍ଟେମ୍ବର ୯ରୁ ୩/୪ (ବ୍ଲୁ ଲାଇନ ଯାହା ଦ୍ୱାରକା ସେକ୍ଟର-୨୧ରୁ ନୋଏଡା ଇଲେକ୍ଟ୍ରୋନିକ ସିଟି/ବୈଶାଳୀ ଓ ଲାଇନ ୭ ଅର୍ଥାତ ପିଙ୍କ ଲାଇନରେ ମଜଲିସ ପାର୍କ ଠାରୁ ଶିବ ବିହାର) ପର୍ଯ୍ୟନ୍ତ ଆରମ୍ଭ ହେବ। ଆଜିଠାରୁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ସକାଳ ୭ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପକୁ ଆକ୍ଟିଭ କରି ନଥିଲେ ଯାତ୍ରା ମନା। ମେଟ୍ରୋ ଷ୍ଟେସନର ସବୁ ଗେଟ ଖୋଲା ରହିବ। ସାମାଜିକ ଦୂରତା ପାଳନ କରିବାକୁ ହେବା ସହ ମେଟ୍ରୋ ଷ୍ଟେସନ ଭିତରେ ମାସ୍କ ପିନ୍ଧିବା ଜରୁରୀ।

ମେଟ୍ରୋ ଷ୍ଟେସନରେ ସିଆଇଏସ୍‌ଏଫ୍‌ କର୍ମଚାରୀ ଏବେ ସ୍ପର୍ଶ ନକରି ସୁରକ୍ଷା ଯାଂଚ କରିବେ। ଏଥି ପାଇଁ ୪୫ ବଡ ଷ୍ଟେସନରେ ଅଟୋ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ସାନିଟାଇଜେଶନ ମେସିନ ଲଗାଯାଇଛି। ବାକି ମେଟ୍ରୋ ଷ୍ଟେସନରେ ଅଟୋ ସାନିଟାଇଜର ଡିସ୍ପ୍ରେସର୍ସ ଲାଗିଛି। ମେଟ୍ରୋ ଷ୍ଟେସନରେ ଲିଫ୍ଟ ନିକଟରେ ପାଦଟିପା ସୁଇଚ ଲାଗିବ। ଆପଣଙ୍କୁ କେବଳ ପାଦରେ ଏହି ସୁଇଚକୁ ଧୀରେ ଦବାଇବାକୁ ପଡ଼ିବ । ଯାତ୍ରା ସହଜ କରିବା ଲାଗି କିଛି ସତର୍କତା ମୂଳକ ପଦକ୍ଷେପକୁ ଗୁରୁତ୍ୱ ଦେବାକୁ ପଡ଼ିବ।

Show More

Related Articles

Back to top button
Close