Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତବର୍ଷ ୩୨୨୧ଟି କେନ୍ଦ୍ରରେ ଆୟୋଜିତ ହେବ ମାଟ୍ରିକ ପରୀକ୍ଷା

ଆସନ୍ତା ମେ' ୩ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିଲାବେଳେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି

ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିଲାବେଳେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଦୁଇ ପର୍ଯ୍ୟାୟରେ ସ୍କ୍ୱାଡ୍‌ ଗଠନ କରାଯାଇଛି । ସେହିକ୍ରମରେ ଏଥର ବୋର୍ଡ ପକ୍ଷରୁ ୪୦ଟି ସ୍କ୍ୱାଡ୍‌ ଗଠନ କରାଯାଇଥିଲାବେଳେ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କ ଦ୍ୱାରା ମୋଟ୍‌ ୧୦୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ଏହି ସ୍କ୍ୱାଡ୍‌ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଏବଂ ସେଣ୍ଟର୍‌ ଉପରେ ନଜର ରଖିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓଙ୍କ) ସ୍ତରରେ ଗଠିତ ସ୍କ୍ୱାଡ୍‌ରେ ଓଇଏସ୍‌ ଅଫିସର ଏବଂ ବରିଷ୍ଠ ଶିକ୍ଷକଙ୍କ ସମେତ କଲେଜ୍‌ର ବରିଷ୍ଠ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି ।

ଏହାବାଦ୍‌ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସେଣ୍ଟର୍‌ ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି । ଜିଲ୍ଲା ସ୍ତରରେ ପ୍ରତି ସେଣ୍ଟର ପାଇଁ ନିୟୋଜିତ ଥିବା ପର୍ଯ୍ୟବେକ୍ଷକମାନେ ପରୀକ୍ଷା ପରିଚାଳନା ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିବେ । ଏପରିକି ସେଣ୍ଟର ଭିତକୁ ପରୀକ୍ଷାର୍ଥୀଙ୍କ ପ୍ରବେଶ, ଯାଞ୍ଚ, ଧାର୍ଯ୍ୟ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ଏବଂ ପରୀକ୍ଷାର୍ଥୀଙ୍କଠାରୁ ଉତ୍ତର ଖାତା ସଂଗ୍ରହ ପରେ ସୁରକ୍ଷିତ ଢଙ୍ଗରେ ପ୍ୟାକିଙ୍ଗ୍‌ କରାଯାଇ ନୋଡାଲ୍‌ ସେଣ୍ଟରରେ ପହଞ୍ଚାଇବା ଆଦି କାର୍ଯ୍ୟର ତଦାରଖ କରିବା କାର୍ଯ୍ୟ ସେଣ୍ଟର ପର୍ଯ୍ୟବେକ୍ଷକ(ସେଣ୍ଟର ଅବଜର୍‌ଭର୍‌)ଙ୍କ ଉପରେ ନ୍ୟସ୍ତ କରାଯିବାର ବ୍ୟବସ୍ଥା ରହିଛି । ସେଣ୍ଟରରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେଲେ ପର୍ଯ୍ୟବେକ୍ଷକମାନେ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଜଣାଇବା ଲାଗି ବ୍ୟବସ୍ଥା ରହିଛି । ସେହିପରି ବୋର୍ଡ ପକ୍ଷରୁ ଗଠିତ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ରାଜ୍ୟର ବିଭିନ୍ନ ସେଣ୍ଟର୍‌ ଏବଂ ନୋଡାଲ୍‌ ସେଣ୍ଟର ଯାଞ୍ଚ୍‌ କରି ନିୟମିତ ବ୍ୟବଧାନରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟରେ ୬ ଲକ୍ଷ ୨୯ ହଜାର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ୩୨୨୧ଟି ପରୀକ୍ଷା କେନ୍ଦ୍ର ସ୍ଥିର କରାଯାଇଛି । ସେହିପରି ୬ଟି ଜୋନ୍‌ ସ୍ତରରେ ୩୨୭ଟି ନୋଡାଲ୍‌ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିର ମାଟ୍ରିକ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ପର୍ଯ୍ୟନ୍ତ ଚାଲିବ ।

Show More

Related Articles

Back to top button