ଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ ପୁଣି ଫେରିଲା ଲକଡାଉନ୍

ସତର ଜିଲ୍ଲାରେ ଜାରି ହେଲା ଚତୁର୍ଥ ପର୍ଯ୍ୟାୟ କଟକଣା

ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାତ୍ରା ଜିଲ୍ଲାକୁ ମଙ୍ଗଳବାର ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଅଧିକାରୀକ ଘୋଷଣା ଅନୁସାରେ ଜୁଲାଇ ୧୧ ତାରିଖରୁ ସତରା ଲକଡାଉନ ହେବ। ଜିଲ୍ଲାରେ ଚତୁର୍ଥ ପର୍ଯ୍ୟୟ କଟକଣା ଜାରି ହୋଇଥିବା ବେଳେ କେବଳ ସୂଚିଭୁକ୍ତ ଅତ୍ୟାବଶକୀୟ ସେବାକୁ ଏଥିରୁ ବାଦ ଦିଆଯାଇଛି। ଆଗାମୀ ୮ ଦିନ ଲାଗି ବାକି ସବୁ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।ସରକାରୀ ଆଦେଶନାମା ଅନୁସାରେ ସୋମବାରରୁ ଶୁକ୍ରବାର କଟକଣା କଡ଼ାକଡି ଲାଗୁ ହେବ। ପରବର୍ତ୍ତି ୨ ଦୁଇଦିନ ଶନିବାର ଓ ରବିବାର ସମଗ୍ର ଜିଲ୍ଲାରେ ପୂର୍ବ ଭଳି ସପ୍ତାହନ୍ତ କର୍ଫ୍ୟୁ ଜାରି ରହିବ।

ସତରା ବ୍ୟତୀତ ସପ୍ତାହନ୍ତ ଲକଡାଉନ୍ ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲୀ, କୋହ୍ଲାପୁର, ସୋଲାପୁର ଓ ଅହମ୍ମଦନଗର ଜିଲ୍ଲାମାନଙ୍କରେ ବଳବତ୍ତର ରହିବ। ତେବେ ମୁମ୍ବାଇ, ପୁଣେ, ଠାଣେ, କଲ୍ୟାଣ, ଡୋମ୍ବିଭାଲି, ପିମ୍ପରି-ଚିଞ୍ଚୱାଡା, ନାଶିକ, ଭସାଇ-ବିରାର ଓ ଅନ୍ୟ ନଗରପାଳିକା ଅଞ୍ଚଳରେ କଡାକଡି ଲକଡାଉନ ପାଳନ ହେବ।ଏହି ସମୟରେ ଗ୍ରୋସରୀ, ପରିବା, ଫଳ,ଗୁଗ୍ଧ,ବକେରୀ, ମଟନ, ଚିକେନ, ଅଣ୍ଡା ଓ ମାଛ ଦୋକାନ ଆଦି ଖୋଲା ରହିବ। ଏହା ଛଡା ଶୀତଳ ଭଣ୍ଡାର, ଗୋଦାମ, ହସ୍ପିଟାଲ ଡାୟଗ୍ନୋଷ୍ଟିକ ସେଣ୍ଟର, ଟିକାକରଣ କେନ୍ଦ୍ର, ହସ୍ପିଟାଲ ବୀମା କାର୍ଯ୍ୟାଳୟ, ଫାର୍ମାସୀ, ଫର୍ମାସ୍ୟୁଟିକାଲ କମ୍ପାନୀ, ଡାକ୍ତରୀ ଉପକରଣ ଦୋକାନ ଆଦି ଖୋଲିବାକୁ ଅନୁମତି ରହିଛି।

Show More

Related Articles

Back to top button