ଓଡ଼ିଶା

ମହାନଦୀ ଜଳ ବିବାଦ ମାମଲା

ତଥ୍ୟ ଦାଖଲ କଲା ଓଡିଶା, ଅଗଷ୍ଟ ୧୪କୁ ଘୁଞ୍ଚିଲା ଶୁଣାଣି

ଅଗଷ୍ଟ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଶୁଣାଣି ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିକୁ ୨ ରାଜ୍ୟକୁ ମାଗିଥିବା ସମସ୍ତ ତଥ୍ୟକୁ ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛତିଶଗଡ ଓ ଓଡିଶାକୁ ମାଗିଥିବା ତଥ୍ୟ ଦାଖଲ କରିଛି ଓଡିଶା ।କରୋନା ପାଇଁ ଗତ ଅପ୍ରେଲ ୧୦ ଓ ମେ’ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଶୁଣାଣି ପୂର୍ବରୁ ଗତ ୨୪ ରେ ଛତିଶଗଡ ସରକାରଙ୍କ ପକ୍ଷରୁ ପୁଣି ଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ ଲୋଡାଯାଇଥିଲା।

ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି।ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ୩ ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କମନ୍ ଇନଫରମେଶନ ଫର୍ମାଟକୁ ମୂଳ ମାମଲାରେ ଚୂଡାନ୍ତ ହୋଇ ସାରିଥିବା ୪୭ଟି ପ୍ରସଙ୍ଗ ସହିତ ଲିଙ୍କ୍ କରାଯାଇଛି।

Show More

Related Articles

Back to top button