ପାଣିପାଗ

୧୫ରେ ଓଡ଼ିଶା ଉପକୂଳ ଛୁଇଁବ ଲଘୁଚାପ

ଆସୁଛି ଆଉ ଗୋଟିଏ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଏହି ଘୂର୍ଣ୍ଣିବଳୟ ଯାହା ଆସନ୍ତା ୧୩ରେ ଲଘୁଚାପରେ ପରିଣତ ହେବ । ଏଥିସହ ଏହି ଲଘୁଚାପ ୧୫ରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ ଉତ୍ତର ଦିଗ ଆଡ଼କୁ ଏହା ଅଗ୍ରସର ହେବ । ଏହାପରେ ପଶ୍ଚିମ-ଉତ୍ତର ମୁହାଁ ହୋଇ ୧୫ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ୱେଲ୍ ମାର୍କଡ ଲଘୁଚାପ ଭାବେ ଉପକୂଳ ଛୁଇଁବ । ତେବେ ଲଘୁଚାପ ଦକ୍ଷିଣ ଓଡ଼ିଶା -ଉତ୍ତର ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ଆସନ୍ତା ୧୭ରୁ ୧୯ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଥିଲେ । ୧୭ ତାରିଖ ସକାଳେ ଅବପାତରେ ପରିଣତ ହୋଇ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ରହିବ । ୧୭ ତାରିଖରୁ ୧୮ ତାରିଖ ସନ୍ଧ୍ୟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଥିଲେ ।

Show More

Related Articles

Back to top button