ଓଡ଼ିଶାମୁଖ୍ୟ ଖବର

ଟିକିଏ ଢିଲା ପଣ ଦେଖାଇଲେ, ଆଗକୁ ପୁଣି ବିପଦ ବଢ଼ିବ-DMET

ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପରତଳ ହେବାରେ ଲାଗିଛି । ରାଜ୍ୟର ଏବେକାର ସ୍ଥିତି ଉପରେ ନଜର ରଖାଯାଇଛି ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମକୁ ସଚେତନ ହେବା ଦରକାର ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଗତ କିଛି ଦିନ ହେବ ତଳ ଉପର ହୋଇ ଚାଲିଛି ରାଜ୍ୟରେ କରୋନା ସଂକ୍ରମଣ । ମଝିରେ ୬୦୦ ହୋଇଥିଲା ତା ପରେ ୪୦୦କୁ ଖସି ଥିଲା ଆଉ ଏବେ ୭୦୦କୁ ଆସିଛି । ଆମେ ସପ୍ତାହିକ ଆଭେରେଜକୁ ଅନୁଧ୍ୟାନ କରୁଛୁ ।

ସ୍ଥିତି ଉପରେ ନଜର ରଖିଛୁ । କିନ୍ତୁ ଭବିଷ୍ୟତ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଟିକିଏ ବି ଢିଲା ପଣ ଦେଖାଇଲେ, ଆଗକୁ ପୁଣି ବିପଦ ବଢ଼ିବ । ସେହି ଦୃଷ୍ଟିରୁ ସମସ୍ତେ ସଚେତନ ହେବା ଦରକାର । ଆଉ ନିଜକୁ ପ୍ରସ୍ତୁତ କରି ରଖିବା ବି ଉଚିତ ।

Show More

Related Articles

Back to top button