କଳା ସଂସ୍କୃତି ଓ ସାହିତ୍ୟକାଳିପୂଜା

ଆସନ୍ତୁ ଜାଣିବା ଦୀପାବଳିରେ କାହିଁକି ଗଣେଶ ଓ ଲକ୍ଷ୍ମୀଙ୍କ ପୂଜା କରାଯାଏ?

କାର୍ତିକ ମାସର କୃଷ୍ଣପକ୍ଷ ରେ ଧନତେରସ ଠାରୁ ଆରମ୍ଭ ହୋଇଥାଏ ଦୀପାବଳୀ ପର୍ବ l କାର୍ତିକ କୃଷ୍ଣପକ୍ଷରେ ତ୍ରୟୋଦଶୀ ଦିନ ସମସ୍ତେ ମୃତ୍ୟୁର ଦେବତା ଯମରାଜା ଙ୍କ ନିକଟରେ ଦୀପ ଦାନ କରିଥାନ୍ତି l

ପୁରାଣରେ କୁହାଯାଇଛି ଯେ ଏହି ଯମ ଦୀପ ଜଳାଇବା ଦ୍ୱାରା ମୃତ୍ୟୁର ଭୟ ଦୂର ହୋଇଥାଏ lଦିପାଉତ୍ସବ ର ଦ୍ୱିତୀୟ ଦିନକୁ ନରକ ଚତୁର୍ଦଶୀ ଭାବରେ ପାଳନ କରାଯାଇଥାଏ l କିଛି ସ୍ଥାନରେ ଏହି ଦିନକୁ ଛୋଟ ଦୀପାବଳୀ ଭାବରେ ପାଳନ କରାଯାଇ ଥାଏ l ସେହିଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧ କରିଥିଲେ ଓ ତାର ଭୟରୁ ମୁକ୍ତି ଦେଇଥିଲେ l ଏହାପରେ ଦୀପାବଳୀ ପର୍ବ ପାଳନ କରାଯାଇଥାଏ l କାର୍ତିକ ଅମାବାସ୍ୟା ଦିନ ସମୁଦ୍ର ମନ୍ଥନ ରୁ ମା ଲକ୍ଷ୍ମୀ ଉତ୍ପର୍ଣ୍ଣ ହୋଇଥିଲେ l ସେହିଦିନ କମଳା ଜୟନ୍ତୀ ହୋଇଥିବା କାରଣରୁ ସେହିଦିନ ଲକ୍ଷ୍ମୀଙ୍କ ସହିତ ବିଘ୍ନ ବିନାଶକ ଗଣେଶଙ୍କର ମଧ୍ୟ ପୂଜା କରାଯାଇଥାଏ l ଚାତୁର୍ମାସ ରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଲୀନ ହୋଇଥାନ୍ତି l ସେହି କାରଣରୁ କାର୍ତିକ ଅମାବାସ୍ୟା ଦିନ ସୂର୍ଯ୍ୟାସ୍ତ ପରେ ବିଷ୍ଣୁ ପ୍ରିୟା ଲକ୍ଷ୍ମୀଙ୍କୁ ଦୀପ ଜଳାଇ ଉଜାଗର କର ଯାଇଥାଏ l ଅନେକ ବର୍ଷରୁ ଲୋକମାନେ ଏହି କାରଣରୁ ଦୀପାବଳି ପର୍ବ ପାଳନ କରି ଆସୁଛନ୍ତି l ଅନ୍ଧକାର ଉପରେ ଆଲୋକର ବିଜୟକୁ ନେଇ ଲୋକମାନେ ଆନନ୍ଦ ଉତ୍ସାହ ମଧ୍ୟରେ ଏହି ପର୍ବ ପାଳନ କରିଥାନ୍ତି l ଏହି ସମୟରେ କାଳୀପୂଜା ପାଇଁ ମଧ୍ୟ ଅନେକ ସ୍ଥାନରେ ସାଜ ସଜା କରାଯାଇ ଥାଏ l

ମା କାଳୀଙ୍କୁ ଭାରତର ଅଧିକାଂଶ ସ୍ଥାନରେ ଦୀପାବଳିରେ ପୂଜା କରାଯାଇଥାଏ l ପୁରାଣରେ ବର୍ଣିତ ଅଛି ରାକ୍ଷସ ମାନଙ୍କୁ ବଧ କଲାପରେ ମା କାଳୀ ଙ୍କ କ୍ରୋଧ କମି ନଥିଲା l ସେହି ସମୟରେ ଭଗବାନ ଶିବ କାଳୀଙ୍କ ପାଦ ପାଖରେ ଶୋଇ ପଡ଼ିଥିଲେ l ଭଗବାନ ଶିବଙ୍କର ଶରୀର କୁ ସ୍ପର୍ଶ କରିବା ପରେ ମାଙ୍କ ର କ୍ରୋଧ ସମାପ୍ତ ହୋଇ ଯାଇଥିଲା l ସେହି କଥା କୁ ମନେପକାଇ ତାଙ୍କର ଶାନ୍ତ ରୂପ ଭାବରେ ଅଧିକାଂଶ ସ୍ଥାନରେ ଲକ୍ଷ୍ମୀଙ୍କୁ ପୂଜା କରାଯାଇ ଥାଏ l ତଥାପି କିଛି ରାଜ୍ୟରେ କାଳୀଙ୍କର ରୁଦ୍ର ରୁପକୁ ମଧ୍ୟ ପୂଜା କରାଯାଇଥାଏ l ଦୁଷ୍ଟ ଓ ପାପୀ ମାନଙ୍କର ସଂହାର କରିବା ପାଇଁ ମା ଦୁର୍ଗା ହିଁ କାଳୀଙ୍କ ରୁପକୁ ଧାରଣ କରିଥିଲେ l ମାଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ l ଶତ୍ରୁ ମାନଙ୍କର ନାଶ ହୋଇଥାଏ l କୁହାଯାଏ ଯେ ମା କାଳୀଙ୍କ ପୂଜା କରିବା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ରହୁ ଦୋଷ ଓ କେତୁ ଦୋଷ କାଟି ଯାଇଥାଏ l

Show More

Related Articles

Back to top button