ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଭାଙ୍ଗ ଓ ଗଞ୍ଜେଇ ମଧ୍ୟରେ କଣ ରହିଛି ଫରକ

ଭାଙ୍ଗ ଖାଇଲେ ନିଶା ହୁଏ ସମସ୍ତେ ଜାଣନ୍ତି। ତେବେ କେତେକ ଏହାକୁ ସ୍ୱାସ୍ଥ୍ୟପକ୍ଷେ ହୀତକର କହୁଛନ୍ତି। ଏଣୁ ଭାଙ୍ଗକୁ ନେଇ ଚର୍ଚ୍ଚା ହେଉଥିବାରୁ ଗଞ୍ଜେଇ ବାଦ ପଡନ୍ତା ବା କିପରି। ଏଣୁ ଭାଙ୍ଗ ସହ ଲୋକେ ଗଞ୍ଜେଇ ସେବାରେ ମଧ୍ୟ ଲାଗିପଡିଛନ୍ତି

ଭାଙ୍ଗ ଓ ଗଞ୍ଜେଇ ଗୋଟିଏ ପ୍ରଜାତିର, ହେଲେ ବଜାରରେ ଭାଙ୍ଗ ବିକ୍ରି ହୋଇପାରୁଥିବା ବେଳେ ଗଞ୍ଜେଇ ବିକ୍ରିରେ କିନ୍ତୁ କଟକଣା ରହିଛି।ଯଦି ଭାଙ୍ଗ ଓ ଗଞ୍ଜେଇ ଗୋଟିଏ ପରିବାରର ତେବେ ଉଭୟ ନିଶାଦ୍ରବ୍ୟ ଲାଗି ଅଲଗା ଅଲଗା ନିୟମ ଓ ଆଇନ କାହିଁକି ଆସନ୍ତୁ ଜାଣିବା।କେତେକ ଲୋକ ଭାଙ୍ଗ ଓ ଗଞ୍ଜେଇକୁ ଅଲଗା ଅଲଗା ଭାବନ୍ତି। ହୁଏତ ସେମାନଙ୍କ ଭାବନା ଠିକ ନୁହେଁ କି ପୁରା ଭୁଲ ବି ନୁହେଁ। ବାସ୍ତବତା ହେଉଛି ଭାଙ୍ଗ ଓ ଗଞ୍ଜେଇ ବୃକ୍ଷ ଏକାପରି। ତେବେ ଏହା ପୁରୁଷ ଓ ସ୍ତ୍ରୀ ପ୍ରଜାତିରେ ପୃଥକ ହୋଇଛି। ପୁରୁଷ ବୃକ୍ଷରୁ ଭାଙ୍ଗ ମିଳୁଥିବା ବେଳେ ଏହାର ସ୍ତ୍ରୀ ପ୍ରଜାତିରୁ ଗଞ୍ଜେଇ ସଂଗ୍ରହ ହୁଏ।ସମାନ ଗଛରୁ ଭାଙ୍ଗ ଓ ଗଞ୍ଜେଇ ସଂଗ୍ରହ ହୋଇ ନଥାଏ। ଯେଉଁ ଗଛରେ ଫୁଲ ଆସିଥାଏ ସେହି ଫୁଲ ସୁଖି ଗଞ୍ଜେଇରେ ରୂପାନ୍ତରିତ ହୁଏ। ଏହାକୁ ପୋଡି ଧୂଆଁ ଆକରରେ ବ୍ୟବହାର କରାଯାଏ ଓ ତତ୍କାଳ ନିଶା ହୁଏ। ତେବେ ପତ୍ରକୁ ଭାଙ୍ଗ ଭାବେ ବ୍ୟବହାର କରାଯାଏ।

ସୁଖିଲା ପତ୍ରକୁ ପାଣିରେ ଭିଜାଇ ଏହାକୁ ବାଟି ଲୋକେ ପଣା ଅଥବା ସର୍ବତରେ ପିଅନ୍ତି।ଦେଶରେ ଭାଙ୍ଗ ଓ ଗଞ୍ଜେଇର ଆଗରୁ ଅବାଧ କାରବାର ଥିଲା। ତେବେ ଏହା ନିଶାଦ୍ରବ୍ୟ ହୋଇଥିବା ଯୋଗୁ ୧୯୮୫ ମସିହାରେ ତତ୍କାଳୀନ ସରକାର ଏହାକୁ ନାରକୋଟିକ ଡ୍ରଗସ୍ ଏଣ୍ଡ ସାଇକୋଟ୍ରପିକ ସାବଷ୍ଟାନସେସ୍ ଆକ୍ଟ (ଏନଡିପିଏସ୍‌) ଆଇନରେ ନିଷିଧ କରିଥିଲେ। ତେବେ ଏଥିରେ ଭାଙ୍ଗକୁ ସରକାରୀ ପଟ୍ଟା ଦୋକାନରେ ବିକ୍ରି ଅନୁମତି ମିଳିଥିବା ବେଳେ ଗଞ୍ଜେଇ ଉପରେ କଟକଣା ରହିଛି।ଗଞ୍ଜେଇ ଗଛରୁ ଚରସ, ହାସିସ୍‌ ଓ ହାସ୍‌ ଆଦି ପ୍ରସ୍ତୁତ ହେଉଛି। ଏଣୁ ଏପରି ମାଦକଦ୍ରବ୍ୟର ଗଛ ଲଗାଇବା ଓ ବଡ କରିବା ଉପରେ ସରକାରୀ କଟକଣା ରହିଛି। ଏହି ବୃକ୍ଷର ରେଜିନରୁ ଚରସ, ହାସିସ ଆଦି ପ୍ରସ୍ତୁତ ହେଉଛି। ଯାହା ସମ୍ପୂର୍ଣ୍ଣ ଅବୈଧ ।

Show More

Related Articles

Back to top button