ଜୀବନଚର୍ଯ୍ୟାଦେଶ ବିଦେଶ

ଆସନ୍ତୁ ଜାଣିବା ରଙ୍ଗ ସହ ଜଡିତ କିଛି ବିଶେଷ କଥା

ହୋଲି ରଙ୍ଗ ଓ ଖାଦ୍ୟପେୟର ପର୍ବ ଅଟେ। ମାତ୍ର ଆପଣ ହୁଏତ ଜାଣି ନଥିବେ ହୋଲିର ବୈଜ୍ଞାନିକ କାରଣ ମଧ୍ୟ ରହିଛି

ବୈଜ୍ଞାନିକ ମାନଙ୍କ ମତାନୁଯାୟୀ ହୋଲିରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ରଙ୍ଗ ଏକ ପ୍ରକାରର ଥେରାପି ଭଳି କାର୍ୟ୍ୟ କରିଥାଏ। ଭିନ୍ନ ଭିନ୍ନ ରଙ୍ଗ ଶରୀର ଓ ମସ୍ତିଷ୍କକୁ ସନ୍ତୁଳତି କରିଥାଏ। ଏହି ରଙ୍ଗର ଥେରାପି ଖୁସିର ମଧ୍ୟ ଏକ ଅଂଶ ଅଟେ।
ଲାଲ ରଙ୍ଗ –ପ୍ରତ୍ୟେକ ରଙ୍ଗ ପ୍ରକୃତିର ରଙ୍ଗ ସହ ଜଡ଼ିତ। ଲାଲ ରଙ୍ଗ ଆଖିକୁ ଶାନ୍ତି ପ୍ରଦାନ କରିଥାଏ। ହରମୋନକୁ ସନ୍ତୁଳିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାସହ ଅନିଦ୍ରା, ଦୁର୍ବଳ, ରକ୍ତ ସହ ସମ୍ବନ୍ଧିତ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ହଳଦିଆ ରଙ୍ଗ – ଏହି ରଙ୍ଗ ମାନସିକ ଉତ୍ତେଜନାକୁ କମ କରିଥାଏ। ପେଟ , ଚର୍ମ ସମ୍ବନ୍ଧୀୟ ସମସ୍ୟା, ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ।
ନୀଳ ରଙ୍ଗ – ଏହି ରଙ୍ଗକୁ ଥଣ୍ଡା ରଙ୍ଗ ବୋଲି କୁହାଯାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ରଙ୍ଗ ଥେରାପିରେ ଏହାର ବ୍ୟବହାର ମୁଣ୍ଡ ବିନ୍ଧା ଭଳି କେତେକ ସମସ୍ୟାର ସମାଧାନ କରିଥାଏ।
ନାରଙ୍ଗୀ – ଏହି ରଙ୍ଗ ଆଜ୍ଜା, କିଡ଼ନୀ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ।

Show More

Related Articles

Back to top button