ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଗଣ୍ଠି ଯନ୍ତ୍ରଣା କମ୍ କରିବାର ଘରୋଇ ଉପାୟ

କରୋନା ମହାମାରୀ ଅନେକଙ୍କୁ କ୍ଷତବିକ୍ଷତ କରିଛି । ଏ ଯନ୍ତ୍ରଣା କମ୍ ବି ନୁହେଁ । ବର୍ତ୍ତମାନ ପିଢ଼ୀର ମଣିଷ ମାନଙ୍କ ପାଇଁ ଏହା ଚିର ଦୁଃଖଦ ସ୍ମରଣୀୟ ଘଟଣାଟି ହେବ ନିଶ୍ଚୟ । କିନ୍ତୁ ଏ ସବୁ ଭିତରେ ଆମ ହାତପାହାନ୍ତାରେ ଦିନକୁ ଦିନ ଉଦ୍ବେଗଜନକ ଭାବେ ଗଣ୍ଠି ଯନ୍ତ୍ରଣା ସମସ୍ୟା ବୃଦ୍ଧି ପାଉଛି । ୩୦ ବର୍ଷ ବୟସରୁ କମ୍ ଯୁବପିଢ଼ି ବେଶୀ ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା ଭୋଗୁଛନ୍ତି

ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ଏହା ହେଉଛି । ଖେଳ ଛାତି ଏମାନେ ବେଶୀ ସମୟ ଟିଭି ଓ ମୋବାଇଲରେ ଦେଉଛନ୍ତି ଯାହା ସେମାନଙ୍କୁ ରୋଗଗ୍ରସ୍ତ କରିଦେଉଛି । ବ୍ୟାୟାମ ବି ସେମାନେ କରିବା ଲାଗି ଆଗ୍ରହୀ ହେଉନାହାନ୍ତି ।ଯୁବପିଢ଼ିଙ୍କ ପସନ୍ଦର ଖାଦ୍ୟରେ ଅଧିକ ଫ୍ୟାଟ ଓ ସୁଗାର ରହୁଥିବାରୁ ତାହା ସେମାନଙ୍କୁ କମ୍ ବୟସରୁ ମୋଟା କରିଦେଉଛି । ଏସବୁ କାରଣଗୁଡ଼ିକ ଲାଗି ସେମାନେ କ୍ରୋନିକ ଜଏଣ୍ଟପେନ୍ର ଶିକାର ହେଉଛନ୍ତି । ମୁଖ୍ୟତଃ ଶୀତରେ ଗଣ୍ଠି ଯନ୍ତ୍ରଣା ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଶୀତ ସକାଳେ ବ୍ୟାୟାମ ନକରି ଘରେ ବସିରହିବା ହିଁ ଗଣ୍ଠି ଯନ୍ତ୍ରଣାର କାରଣ । ଶୀତଦିନେ ମସ୍କୁଲୋସ୍କେଲିଟାଲ ପେନ୍ ବେଶୀ ହେବାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ି ନଥିଲେ ବି କରାଯାଇଥିବା କେତେକ ଗବେଷଣାରୁ ଏହା ହେଉଛି । ବାୟୁମଣ୍ଡଳର ଚାପ କମ୍ ରହିବା ଯୋଗୁଁ ଗଣ୍ଠିଫୁଲା ଓ ଯନ୍ତ୍ରଣା ହେଉଛି । ଶୀତରେ ଷ୍ଟିଫ୍ନେସ ବି ଅତ୍ୟଧିକ ହେବା ଲକ୍ଷ୍ୟ କରାଯାଉଛି । ଜଏଣ୍ଟ ଫ୍ଲୁଇଡ଼ରେ ଇମୁ୍ୟନୋଲୋଜିକାଲ ପରିବର୍ତ୍ତନ କମ୍ ଚାପ ଯୋଗୁଁ ହୁଏ ଯାହା ସିନୋଭିୟମ ବା ଜଏଣ୍ଟ ଲାଇନ୍ର ଇନଫ୍ଲାମେସନ କାରଣ ହୋଇଥାଏ ।

ଏହା ଯୋଗୁଁ ଗଣ୍ଠିରେ ଧୀରେ ଧୀରେ ଯନ୍ତ୍ରଣା ବଢ଼ିଚାଲେ । ପ୍ରତି ୧୦ ଡିଗ୍ରୀ ତାପମାତ୍ରା କମିବାର ପ୍ରଭାବ ଗଣ୍ଠି ଉପରେ ପଡ଼େ ଓ ତାହା ଯନ୍ତ୍ରଣାକୁ ବି ବଢ଼ାଇଚାଲେ । ଚାପ ଓ ତାପମାତ୍ରା କମ୍ ଯୋଗୁଁ ଟିସୁ୍ୟ ଫୁଲି ଉଠେ ଯନ୍ତ୍ରଣାଦାୟକ ହୋଇଥାଏ । କମ୍ ତାପମାତ୍ରାରେ ଗଣ୍ଠି ଭିତରେ ଫ୍ଲୁଇଡ଼ ପ୍ରଭାବିତ ହୁଏ ଓ ଗଣ୍ଠି ଚାଳନାରେ ବାଧା ଆସେ ।

କ୍ଷୀର ଜାତୀୟ ଖାଦ୍ୟ ଭିଟାମିନ ଡିର ମୁଖ୍ୟ ଉତ୍ସ । ଏଣୁ ଏହା ଖାଇବା ଦରକାର । ବ୍ରୋକୋଲି ଓ ଶୀତଋତୁର ପନିପରିବା ପ୍ରଚୁର ଖାଆନ୍ତୁ । ଏଥିରୁ କ୍ୟାଲସିୟମ ଓ ଭିଟାମିନ ଡି ମିଳେ । ସାଚୁରେଟେଡ ଫ୍ୟାଟ, ଟ୍ରାନ୍ସଫ୍ୟାଟ୍, ଓମେଗା ୬ ଖ୍ୟାଟିଏସିଡ଼, ରିଫାଇନ୍ କାର୍ବୋହାଇଡ୍ରେଟ୍ୟୁକ୍ତ ଖାଦ୍ୟ ଇନଫ୍ଲାମେସନ କମ୍ କରେ । ଏଣୁ ଏଭଳି ଖାଦ୍ୟ ରହିବା ଦରକାର । ଗୋଲମରିଚ, ଗାଜର ଓ ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ । ସାଲମନ ମାଛରୁ ଓମେଗା ଫ୍ୟାଟିଏସିଡ଼ ଓ ଭିଟାମିନ୍ ଡି ମିଳେ । ଏହା ଅସ୍ଥି ଓ ମାଂସପେଶୀ ଲାଗି ଭଲ । ରୁ୍ୟମାଟଏଡ଼ ଆର୍ଥ୍ରାଇଟିସ୍ ଲାଗି ୱାଲନଟ୍ ଖାଆନ୍ତୁ । ଶସ୍ୟଜାତୀୟ ଖାଦ୍ୟରୁ ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ମିନେରାଲ୍ସ ମିଳେ । ଏହା ଅସ୍ଥି ଓ ଗଣ୍ଠି ପାଇଁ ଉପକାରୀ । ଅତି ଥଣ୍ଡା ଓ ଅତି ଗରମ ଖାଦ୍ୟ ଖାଆନ୍ତୁନି । ଥଣ୍ଡା ପାଣିରେ ସ୍ନାନ କରନ୍ତୁ ନାହିଁ ।

ଅଧିକ ପାଣି ପିଅନ୍ତୁ । ଏମିତିକି ମଧ୍ୟମ ସ୍ଥିତିର ହାଇଡ୍ରେସନ ଜଏଣ୍ଟ ପେନ୍ ବୃଦ୍ଧି କରେ । ମାଛ ତେଲରେ ଓମେଗା-୩ ଫ୍ୟାଟି ଏସିଡ଼ ରହିଛି । ଏହା ଇନ୍ଫ୍ଲାମେସନ ହ୍ରାସ କରେ ଓ ଗଣ୍ଠି ବ୍ୟଥା ବି ଦୂର ହୋଇଯାଏ । ଛଣାଛଣି ଓ ମିଠା ଜାତୀୟ ଖାଦ୍ୟ ମନା । କଞ୍ଚା ପରିବାରୁ ପ୍ରଚୁର ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଏବଂ ଡ୍ରାଏଫ୍ରୁଟ୍ସ ଓ ମାଛରୁ ଫ୍ୟାଟି ଏସିଡ଼ ମିଳେ । ଏହା ଗଣ୍ଠିର କ୍ଷତି ହେବାକୁ ଦିଏନି । ମାଂସପେଶୀ ଓ ଗଣ୍ଠିଯନ୍ତ୍ରଣା ସମ୍ପୂର୍ଣ୍ଣ ଉପଶମ ହେବାଯାଏ ଚିକିତ୍ସା କରନ୍ତୁ । ମାଇନର ଇଞ୍ଜୁରୀ ହୋଇଥିଲେ ବି ତାକୁ ଅଣଦେଖା କରନ୍ତୁନି ।

ୱେଟ ଟ୍ରେନିଂ ବି କରାଯାଇପାରେ । ୱେଟ ମେସିନ୍, ଫ୍ରିୱେଟସ ଏବଂ ରେଜିଷ୍ଟାନସ ବ୍ୟାଣ୍ଡ ବ୍ୟବହାର କରିପାରିବେ । ପ୍ରଥମେ ଧୀରେ ଧୀରେ କରନ୍ତୁ ଓ ତା’ପରେ ବଢ଼ାନ୍ତୁ । ସାଇକ୍ଲିଂ, ୱାକିଂ, ଏରୋବିକ୍ ଓ ସୁଇମିଂ ମାଂସପେଶୀ ଟାଣ କରେ । ଗଣ୍ଠିର ନମନୀୟତା ବୃଦ୍ଧି କରେ । ଘରେ କିମ୍ବା ଅଫିସରେ ଥିବାବେଳେ ଘଣ୍ଟାଏରୁ ଦୁଇଘଣ୍ଟା ଚାଲିବା ପାଇଁ ଚେଷ୍ଟା କରନ୍ତୁ । ଆଘାତପ୍ରାପ୍ତ ଗଣ୍ଠି ଲାଗି ବ୍ୟାୟାମ କରିବା ପୂର୍ବରୁ ୱାର୍ମଅପ୍ କରନ୍ତୁ । ଏହାଦ୍ୱାରା ମାଂସପେଶୀ ଓ ଗଣ୍ଠି ଅଧିକ କଷ୍ଟକର ବ୍ୟାୟାମ ଲାଗି ସକ୍ଷମ ହୋଇପାରିବ । ବ୍ୟାକ୍ ମସଲସ୍ ଓ ଷ୍ଟ୍ରେଚିଂ ସମସ୍ୟାକୁ କିଛି ଦୂର କରିଥାଏ । ଯଦି ବାହାରେ ବ୍ୟାୟାମ କରିପାରୁ ନାହାନ୍ତି ତେବେ ଇନ୍ଡୋର ବ୍ୟାୟାମ ଲାଗି ତାଲିକା ପ୍ରସ୍ତୁତ କରନ୍ତୁ ।

ପ୍ରତିଦିନ ୧୦-୧୫ ମିନିଟ୍ ଖରାରେ ରୁହନ୍ତୁ । ଏହା ଶରୀରକୁ ଭିଟାମିନ୍ ଡି ଯୋଗାଇବ ଯାହା ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରିବ । ଗରମ ପୋଷାକ ନପିନ୍ଧି ବାହାରକୁ ଶୀତରେ ବାହାରନ୍ତୁନି । ହଠାତ୍ ଥଣ୍ଡା ଓ ଗରମ ପରିବେଶକୁ ଯିବାଠୁ ଦୂରେଇ ରୁହନ୍ତୁ । ଗ୍ଲୋବସ, ନି-କ୍ୟାପ ଓ ସକ୍ସ ପିନ୍ଧନ୍ତୁ । ଓଜନ ଠିକ୍ ରଖନ୍ତୁ ଯାହାଦ୍ୱାରା ଗଣ୍ଠି ଉପରେ ବେଶୀ ଚାପ ପଡ଼ିବନି । ଭଲ ନିଦ ଦରକାର । ଯାହା ଅଳସୁଆମୀ ଦୂରକରେ ଓ ସକ୍ରିୟ ହେବାରେ ସାହାଯ୍ୟ କରେ । ବସିବା, ଠିଆହେବା କିମ୍ବା ଚାଲିବା ଶୈଳୀ ଠିକ୍ ରଖନ୍ତୁ । ସୁଷମ ଖାଦ୍ୟ ଖାଆନ୍ତୁ, ଠିକ ଭାବେ ବିଶ୍ରାମ ନିଅନ୍ତୁ, ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ଗୋଟିଏ ସ୍ୱାସ୍ଥ୍ୟପ୍ରଦ ଭଲ ରୁଟିନ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଗଣ୍ଠି ଯନ୍ତ୍ରଣା ଠାରୁ ଦୂରେଇ ରଖିବ ।

Show More

Related Articles

Back to top button