ଦେଶ ବିଦେଶସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଶାରୀରିକ ଗଠନରୁ ଆପଣ କେତେ ଭାଗ୍ୟଶାଳୀ ଅଟନ୍ତି

କୁଣ୍ଡଳୀ ମାଧ୍ୟମରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳଣି ଓ ରାଜଯୋଗ ବିଷୟରେ ଅଧିକାଂଶ ଶାସ୍ତ୍ରରେ ବର୍ଣନା କରାଯାଇଛି l ବିଶେଷ କରି ବହୁତ କମ ଲୋକ ଜାଣିଥିବେ ଯେ ଶରୀରର ଗଠନକୁ ନେଇ ରାଜଯୋଗ ମଧ୍ୟ ଉଲେଖ ରହିଛି

ସମୁଦ୍ର ଶାସ୍ତ୍ର ଅନୁସାରେ ଶାରୀରିକ ଗଠନ ଉପରେ ଆଧାର କରି ଭବିଷ୍ୟତ ମଧ୍ୟ ଜାଣି ହୁଏ l ସମୁଦ୍ର ଶାସ୍ତ୍ର ଅନୁସାରେ କଣ ରହିଛି ଶରୀର ଗଠନକୁ ନେଇ ରହସ୍ୟ ଆସନ୍ତୁ ଜାଣିବା l

* ସମୁଦ୍ର ଶାସ୍ତ୍ରରେ ଉଲେଖ ରହିଛି ଯେଉଁ ବ୍ୟକ୍ତି ମାନଙ୍କର ଛାତି ଚଉଡା ,ନାକ ଲମ୍ବା ଓ ନାଭି ଗହିରିଆ ଅଟେ ସେମାନଙ୍କୁ ଖୁବ କମ ବୟସରୁ ସଫଳତା ମିଳିଥାଏ l ଏଭଳି ଲୋକମାନେ ତାଙ୍କର ସମସ୍ତ ଇଛାକୁ ପୁରାଣ କରି ପାରନ୍ତି l ତାଙ୍କ ପାଖରେ ଧନର ଅସୁବିଧା ରୁହେ ନାହିଁ l

* ଯେଉଁ ବ୍ୟକ୍ତି ମାନଙ୍କର ପାଦ ତଳେ ଅଙ୍କୁଶ ,କୁଣ୍ଡଳ କିମ୍ବା ଚକ୍ରର ଚିହ୍ନ ଥାଏ ଏଭଳି ଲୋକମାନେ ଭଲ ଶାସକ ,ବଡ଼ ବ୍ୟବସାୟୀ ଓ ରାଜନେତା ହୋଇ ଥାନ୍ତି l

* ଯେଉଁ ମହିଳା ମାନଙ୍କର ଡାହାଣ ପାର୍ଶ୍ୱରେ ଯାଇ ଥାଏ କିମ୍ବା ହାତ ପାପୁଲିରେ ବୀଣା ,ଚକ୍ର କିମ୍ବା ପଦ୍ମର ଆକୃତି ରହିଥାଏ ସେମାନଙ୍କୁ ଲକ୍ଷ୍ମୀମନ୍ତ କହାଯାଏ l ଭରଣ ଗ୍ରନ୍ଥ ଅନୁସାରେ ଏଭଳି ମହିଳା ମାନେ ଯେଉଁଠିକୁ ଯାଆନ୍ତି ସେଠାରେ ସୁଖ ଓ ସମୃଦ୍ଧି ଭାରି ଥାନ୍ତି l ସେହିଭଳି ଯେଉଁ ହାତ ପାପୁଲିରେ ଅଙ୍କୁଶ କିମ୍ବା ବୀଣାର ଚିହ୍ନ ଥାଏ ସେମାନେ ଖୁବ କମ ସମୟରେ ପ୍ରତିଷ୍ଠା ଲାଭ କରି ଥାନ୍ତି l

* ଯେଉଁ ମହିଳା କିମ୍ବା ପୁରୁଷଙ୍କ ପାଦରେ ପଦ୍ମ ,ବୀଣା କିମ୍ବା ରଥର ଚିହ୍ନ ଥାଏ ସେମାନଙ୍କୁ ଆଜୀବନ ଭୂମି ଭାବନା ଭଳି ସୁଖ ସୁବିଧା ମିଳିଥାଏ l

* ଯେଉଁ ପୁରୁଷ ମାନଙ୍କ ଛାତିରେ ଅଧିକ କେଶ ରହିଥାଏ ସେମାନଙ୍କୁ ସନ୍ତୋଷ ପ୍ରକୃତିର ବୋଲି କୁହାଯାଏ l ଏହିଭଳି ବ୍ୟକ୍ତି ମାନଙ୍କ ପାଖରେ ଅଧିକ ଧନତ ନଥାଏ କିନ୍ତୁ ଧନର ଅଭାବକୁ ସେମାନେ କେବେ ଅନୁଭବ କରି ନଥାନ୍ତି l

* ଯେଉଁ ବ୍ୟକ୍ତି ମାନଙ୍କ ହାତରେ ୬ ଟି ଆଙ୍ଗୁଠି ଥାଏ ସେମାନେ ଭାଗ୍ୟଶାଲୀ \ହେବା ସହିତ ପରିଶ୍ରମୀ ମଧ୍ୟ ଅଟନ୍ତି l

* ହାତରେ ତ୍ରିକୋଣ ଚିହ୍ନ ଥିବା ଲୋକ ଧର୍ମାତ୍ମା ହୋଇ ଥାନ୍ତି l ସୂଚନା ଯୋଗ୍ୟଯେ ରୋଜଗାର କ୍ଷମ ହେବାପାଇଁ ସମସ୍ତ ଶୁଭ ସଂକେତ ନାରୀର ବାମ ଭାଗ ଓ ପୁରୁଷର ଡାହାଣ ଭାଗରେ ରହିଥାଏ l

Show More

Related Articles

Back to top button