Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଟିକା ଅଭାବ, ଆଜି ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ

ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଅନେକଙ୍କ ଜୀବନ ନେଲାଣି ଭାଇରସ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ ।

ଖବର ଅନୁଯାୟୀ, ଆଜି ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଯେଉଁ ୮ଟି ଜିଲ୍ଲାରେ ଭ୍ୟାକ୍ସିନେସନ ବନ୍ଦ ରହିବ ସେଗୁଡିକ ହଲା- ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା । ଟିକା ମିଳିବା ପରେ ଏହି ସବୁ ଜିଲ୍ଲାରେ ପୁଣି ଜାରି ରହିବ ଭ୍ୟାକ୍ସିନେସନ । ଶନିବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୬୫ ଲକ୍ଷ ୬୭ ହଜାର ୪୨୯ରେ ପହଞ୍ଚିଛି ।

Show More

Related Articles

Back to top button