Breaking PLUSଓଡ଼ିଶାମୁଖ୍ୟ ଖବର

ତିନିମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

ଅନଲକ୍ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ ପର୍ଯ୍ୟଟକ କୋଣାର୍କ ବୁଲି ପାରିବେ । ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବ୍ଧ ହୋଇଛି । ମାସ୍କ ନଥିଲେ ଏଣ୍ଟ୍ରି ଅନୁମତି ନାହିଁ । ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି ।

ଏସଓପି ଅନୁସାରେ ଦୈନିକ ଦୁଇ ହଜାର ପର୍ଯ୍ୟଟକ କୋଣାର୍କ ବୁଲିବା ପାଇଁ ଅନୁମତି ଦିଆଯିବ । ଭିଡ଼ ଉପରେ ବିଶେଷ ଦୃଷ୍ଟି ଦେଇଛି ପ୍ରଶାସନ । ସେହିପରି ଭିତରେ ଗାଇଡ୍ ଓ ଫଟୋଗ୍ରାଫରଙ୍କ ପ୍ରବେଶ ଉପରେ ବର୍ତ୍ତମାନ କଟକଣା ଜାରି କରାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତିନି ମାସ ହେବ ରାଜ୍ୟରେ ବନ୍ଦ ରହିଥିଲା ପର୍ଯ୍ୟଟନସ୍ଥଳୀ । ଅଗଷ୍ଟ ଗାଇଡଲାଇନରେ କରୋନା କଚକଣାରେ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏବେ କୋଣାର୍କ ମନ୍ଦିର ଖୋଲିଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ ଖୁସି ପ୍ରକାଶ କରିଛନ୍ତି ।

Show More

Related Articles

Back to top button