Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବେଗୁନିଆ ତହସିଲ ଆର୍‌ଆଇ

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। ଏକ ମ୍ୟୁଟେସନ କେସର ତଦନ୍ତ ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାନ୍ଧିଲା ଭିଜିଲାନ୍ସ । ଗିରଫ ରାଜସ୍ୱ ନିରୀକ୍ଷକ ହେଉଛନ୍ତି ମନୋଜ କୁମାର ନାୟକ। ସେ ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋରେ କାର୍ଯ୍ୟରତ ଅଛନ୍ତି।

ସୂଚନା ଅନୁଯାୟୀ, ଗୋଡିକିଲୋ ଗ୍ରାମର ତ୍ରିନାଥ ଛୁଆଳସିଂଙ୍କ ଜମିର ମ୍ୟୁଟେସନ ରିପୋର୍ଟ ଦେବାକୁ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ ୧୩ ଶହ ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ସୂଚନା ମୁତାବକ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ଟଙ୍କା ସହିତ ମନୋଜଙ୍କୁ ଗିରଫ କରିଛି। ଏହି ଘଟଣାରେ ସିକୋ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ପିଅନ ବ୍ରଜ କିଶୋର ସାମନ୍ତରାୟଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।

Show More

Related Articles

Back to top button