Breaking PLUSସେଲିବ୍ରିଟି

କରୋନାରୁ ସୁସ୍ଥ ହେଲେ କମଲ ହାସନ୍

କରୋନାରୁ ସୁସ୍ଥ ହେଲେ ଅଭିନେତା ତଥା ରାଜନେତା କମଲ ହାସନ୍ । ଗତ ନଭେମ୍ବର ୨୨ ତାରିଖରେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସେ ଶ୍ରୀ ରାମଚନ୍ଦ୍ର ମେଡିକାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଜର ଏକ୍ସକ୍ଲୁସିଭ କ୍ଲଥ୍ ଲାଇନ୍ ଲଞ୍ଚ କରିବାକୁ ସେ ଆମେରିକା ପହଂଚିଥିଲେ । ହେଲେ ସେଠାରୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ନଭେମ୍ବର ୨୨’ରେ କମଲ ହାସନଙ୍କ ନିକଟରେ କୋଭିଡ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କୋଭିଡ ପଜିଟିଭ ବାହାରିବା ପରେ ଡାକ୍ତର ସୁହାସ ପ୍ରଭାକରଙ୍କ ଅଧିନରେ ସେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ କମଲ ହାସନ କୋଭିଡ ମୁକ୍ତ ଥିବା ଡାକ୍ତର ସୁହାସ ପ୍ରକାଶ କରିଛନ୍ତି ।

କୋଭିଡରେ ସଂକ୍ରମିତ ହେବା ପୂର୍ବରୁ କମଲ ହାସନ ଅପକମିଂ ଫିଲ୍ମ ବିକ୍ରମ ଓ ବିଗ୍‌ବସ୍ ତାମିଲ ଭର୍ସନ୍ ସିଜିନ୍‌-୫ର ସୁଟିଂରେ ସାମିଲ ଥିଲେ । ଡାକ୍ତରୀ ଦଳ ଅନୁଯାୟୀ ଆସନ୍ତା ୪ ତାରିଖଠାରୁ କମଲ ହାସନ ପୁଣିଥରେ ସମସ୍ତ ସୁଟିଂରେ ସାମିଲ ହୋଇପାରିବେ ।

Show More

Related Articles

Back to top button