ବାଣିଜ୍ୟ

ଜୁଲାଇ ମାସରେ ଜିଏସ୍‌ଟି ଆଦାୟ ୧.୧୬ଲକ୍ଷ କୋଟି ଟଙ୍କା ପାର୍‌

ସୁଧୁରୁଛି ଅର୍ଥ ବ୍ୟବସ୍ଥା

ଦେଶରେ ଦ୍ରବ୍ୟ ଏବଂ ସେବା କର (GST) ଆଦାୟ ପରିମାଣ ବୃଦ୍ଧି​ ପାଉଛି । ଜୁଲାଇ ମାସରେ ୩୩ ପ୍ରତିଶତ ବୃଦ୍ଧି ପାଇଛି ଜିଏସ୍‌ଟି ଆଦାୟ । ଚଳିତ ମାସରେ ମୋଟ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଜୁଲାଇ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣରୁ ଜଣାପଡୁଛି ଯେ, ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରୁଛି । ଗତ ବର୍ଷ ଜୁଲାଇ ମାସରେ ୮୭,୪୨୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଚଳିତ ବର୍ଷ ଜୁନ ମାସରେ ଦ୍ରବ୍ୟ ଏବଂ ସେବା କର ଆଦାୟ ୯୨,୮୪୯ କୋଟି ଟଙ୍କା ରହିଥିଲା ।ଜୁଲାଇ ମାସରେ ମୋଟ ୧ ଲକ୍ଷ ୧୬ ହଜାର ୩୯୩ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଛି ।

ଏଥିରେ କେନ୍ଦ୍ରୀୟ ଜିଏସ୍‌ଟି ୨୨,୧୯୭ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟ ଜିଏସ୍‌ଟି ରହିଛି ୨୮୫୪୧ କୋଟି ଟଙ୍କା । ସେହିଭଳି ଏକୀକୃତ ଜିଏସ୍‌ଟି ୫୭,୮୬୪ କୋଟି ଏବଂ ଉପକର ୭୭୯୦ କୋଟି ଟଙ୍କା ଆଦାୟ ହୋଇଛି ।ଲଗାତାର ଅଷ୍ଟମ ମାସ ପାଇଁ ଦେଶରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ରହିଥିଲା । କିନ୍ତୁ ୨୦୨୧ ଜୁନ ମାସରେ ଏଥିରେ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଜୁଲାଇ ମାସରେ ଜିଏସ୍‌ଟି ଆଦାୟ ବୃଦ୍ଧି ପାଇଛି । ୨୦୨୧ ମେ ମାସରେ କରୋନା ମହାମାରୀ ପାଇଁ ଅନେକ ରାଜ୍ୟରେ ପୂର୍ଣ୍ଣ ଏବଂ ଆଂଶିକ ଲକଡାଉନ୍‌ ଲାଗୁ ହୋଇଥିଲା । ଲକଡାଉନ୍‌ ଲାଗୁ ହେବା ସ​‌େ​‌ତ୍ତ୍ବ ଜିଏସ୍‌ଟି ଆଦାୟ ପରିମାଣ ବଢିଛି । ତେଣୁ ଏଥିରୁ ଜଣାପଡୁଛି ଦେଶରେ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ଦୃତ ଗତିରେ ଜାରି ରହିଛି ।

Show More

Related Articles

Back to top button