ଓଡ଼ିଶା

ଝରାଫୁଲ ମର୍ଡର ମାମଲାରେ ଅମରେଶ ଗିରଫ, ରାକେଶଙ୍କ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ଭୁବନେଶ୍ୱର: ଖୋଲିବ ଝରାଫୁଲ ଡେଥ୍ ମିଷ୍ଟ୍ରି । ଆଉ ଜଣେ ଅଭଯୁକ୍ତକୁ ଗିରଫ କଲା ପୋଲିସ୍ । ଭୁବନେଶ୍ବର ସୁନ୍ଦରପଦାର ଅମରେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏୟାରଫିଲଡ ଥାନା ପୋଲିସ୍ । ଘଟଣାକୁ ୨ ମାସ ବିତିଥିବା ବେଳେ, ଏଯାଏଁ ଝରାଫୁଲଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟ କରିପାରୁନି ପୋଲିସ । ଘଟଣାରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁକୁ ପୂର୍ବରୁ ଗିରଫ କରିଛି ଯାଜପୁର ପୋଲିସ ।

ତେବେ ରାକେଶର ସହଯୋଗୀ ଶକ୍ତିଶେଖର ଏଯାଏଁ ଧରାପଡ଼ି ନାହିଁ । ତେବେ ଅମରେଶ ପରୋକ୍ଷରେ ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ସୂଚନା ମିଳିଛି । ଶକ୍ତିଶେଖରକୁ ଧରିବା ପାଇଁ ୨ଟି ପୋଲିସ ଟିମ୍ ଗଠନ କରାଯାଇଛି । ମୃତ୍ୟୁର ପୂର୍ବ ରାତିରେ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ସହ ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରେ ଥିଲେ ଝରାଫୁଲ ।

ପରଦିନ ରାକେଶ ନିଜର ଜଣେ ବନ୍ଧୁଙ୍କ ସହ ଏକ ସ୍କୁଟର ଯୋଗେ ଝରାଫୁଲଙ୍କୁ ଗେଷ୍ଟ ହାଉସରୁ ବାହାରକୁ ନେଇଥିଲେ । ଗେଷ୍ଟ ହାଉସ ନିକଟରେ ଥିବା ଅନ୍ୟ ସିସିଟିଭିରେ ଏହି ଚିତ୍ର କଏଦ ହୋଇଛି । ଜାନୁଆରୀ ୨୭ ତାରିଖ ଦିନ ସକାଳ ୭ଟା ୨୧ ମିନିଟ ସମୟରେ ଜଣେ ସହଯୋଗୀଙ୍କ ସହାୟତାରେ ଯାଜପୁର ଯାଇଥିଲେ । ସେହିଦିନ ଯାଜପୁର ଜିଲ୍ଲା କୁଆଖିଆ ରାଜେନ୍ଦ୍ରପୁର ରାସ୍ତାକଡ଼ରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ।

Tags
Show More

Related Articles

Back to top button
Close