Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ ‘ଜୱାଦ’

ଆସୁଛି ବାତ୍ୟା ‘ଜଓ୍ୱାଦ’ । ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଜଓ୍ୱାଦ’ । ୪ ତାରିଖ ସନ୍ଧ୍ୟା ଏବଂ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ବାତ୍ୟା ପୁଣି ସମୁଦ୍ରକୁ ଚାଲି ଯାଇପାରେ । ଯଦି ଦିଗ ବଦଳାଏ ତେବେ ସ୍ଥଳଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ମଧ୍ୟ ଚାଲିଯାଇପାରେ ।

ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ । ଆଇଏମ୍‌ଡି ଆକଳନ ଅନୁସାରେ ଏପରି ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା ।

ଆସନ୍ତାକାଲି ଅପରାହ୍ନରୁ ପବନର ବେଗ ବଢ଼ିବାର ଆଶଙ୍କା ରହିଛି । ତେଣୁ ଆସନ୍ତାକାଲି ଅପରାହ୍ନରୁ ୫ ତାରିଖ ସକାଳ ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି । ଏଥିସହ ବଜାରରେ ଖାଦ୍ୟ ଶସ୍ୟ ଯଥେଷ୍ଟ ମାତ୍ରାରେ ମହଜୁଦ ଅଛି । ତେଣୁ ବାତ୍ୟା ପାଇଁ ଅଯଥା ବଜାରରେ ଭିଡ଼ ନ କରି ଆବଶ୍ୟକତାଠୁ ଅଧିକ ଜିନିଷ ମହଜୁଦ ନ କରିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି ।

Show More

Related Articles

Back to top button