ମନୋରଞ୍ଜନ

ଜେଲ୍‌ ନା ବେଲ୍‌

ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ

ଆଜି ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି। ତେବେ ତାଙ୍କ ଜାମିନକୁ ବିରୋଧ କରିବ NCB । ଗିରଫ ଡ୍ରଗସ୍ ପେଡଲର୍ ଙ୍କ ସହ ସାମ୍ନାସାମ୍ନି ବସାଇ ଆର୍ଯ୍ୟନଙ୍କୁ ଜେରା କରିପାରନ୍ତି NCB ଅଧିକାରୀ । କ୍ରୁଜ୍ ଡ୍ରଗସ୍ ମାମଲାରେ ଏଯାଏଁ ୨୦ଜଣଙ୍କୁ ଗିରଫ କରାଗଲାଣି । ଗୋରେଗାଓଁରୁ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ କରାଯାଇଛି।

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏବେ ଆର୍ଥର ରୋଡ୍ ଜେଲରେ ଅଛନ୍ତି। ମୁସ୍କିଲ କମିବାର ନାଁ ନେଉନି । ୬ ରାତି NCB କଷ୍ଟଡିରେ କାଟିବା ପରେ ଗତ ୩ ରାତି ଜେଲର ରୁଟି ଖାଇବାକୁ ପଡିଛି । ଆର୍ଯ୍ୟନଙ୍କ ଓକିଲ ସତୀଶ ମାନଶିନ୍ଦେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଆଜି ତାହାର ଶୁଣାଣି ରହିଛି । ତେବେ ଜାମିନ ମିଳିବା କାଠିକର ପାଠ । କାରଣ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିବାକୁ NCB ପ୍ରସ୍ତୁତ ହୋଇ ରହିଛି। ଡ୍ରଗସ୍ ମାମଲାରେ ଜେଲରେ ଥିବା ଡ୍ରଗସ୍ ପେଡଲର୍ ଅଚିତ କୁମାରକୁ ଆର୍ଯ୍ୟନଙ୍କ ସାମ୍ନାରେ ବସାଇ ଜେରା କରିବା ନେଇ ଏନସିବି କୋର୍ଟରେ ଯୁକ୍ତି ରଖିପାରେ । ଆଉ ଯଦି ଏହାକୁ କୋର୍ଟ ଗ୍ରହଣ କରନ୍ତି । ତେବେ ଆର୍ଯ୍ୟନଙ୍କୁ ଆଉ କିଛି ଦିନ ଜେଲ ହାୱା ଖାଇବାକୁ ପଡିପାରେ ।

Show More

Related Articles

Back to top button