Breaking PLUSଓଡ଼ିଶାମୁଖ୍ୟ ଖବର

ମହାପ୍ରଭୁଙ୍କ ବନକଲାଗି ନୀତି : ଅପରାହ୍ଣ ୪ରୁ ବନ୍ଦ ରହିବ ଦର୍ଶନ

ହେବାକୁ ଯାଉଛି ଶ୍ରୀଜିଉଙ୍କ ବନକଲାଗି ନୀତି । ଆସନ୍ତାକାଲି କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ହେବ । ଏହି ନୀତି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ପ୍ରାୟ ୩ ଘଣ୍ଟା ଧରି ଏହି ନୀତିକାନ୍ତି ଚାଲିବ । ଏହି ଦୃଷ୍ଟିରୁ ବୁଧବାର ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ରାତି ପ୍ରାୟ ସାଢ଼େ ୭ଟାରୁ ୮ଟା ଭିତରେ ବନକଲାଗି ନୀତି ସରିବ । ଏହା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

Show More

Related Articles

Back to top button