Breaking PLUSଦେଶ ବିଦେଶମୁଖ୍ୟ ଖବର

ଡରାଉଛି କରୋନା ୩ ରାଜ୍ୟକୁ ଗଲେ ୫୦ କେନ୍ଦ୍ରୀୟ ଟିମ୍

ଦେଶରେ ଏବେ କରୋନା ଉପରମୁହାଁ । ବିଶେଷ କରି ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ବଢିଚାଲିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଞ୍ଜାବରେ କରୋନା ସଂକ୍ରମଣକୁ କାବୁ କରିବା ପାଇଁ ଏବଂ କଣ୍ଟେନମେଣ୍ଟ ଉପାୟ ଅବଲମ୍ବନ କରିବାକୁ ୫୦ ଉଚ୍ଚସ୍ତରୀୟ ଟିମ୍‌କୁ ଏହି ସବୁ ରାଜ୍ୟକୁ ପଠାଇଛନ୍ତି।

ଦେଶରେ ଏବେ କରୋନା ଉପରମୁହାଁ । ବିଶେଷ କରି ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ବଢିଚାଲିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଞ୍ଜାବରେ କରୋନା ସଂକ୍ରମଣକୁ କାବୁ କରିବା ପାଇଁ ଏବଂ କଣ୍ଟେନମେଣ୍ଟ ଉପାୟ ଅବଲମ୍ବନ କରିବାକୁ ୫୦ ଉଚ୍ଚସ୍ତରୀୟ ଟିମ୍‌କୁ ଏହି ସବୁ ରାଜ୍ୟକୁ ପଠାଇଛନ୍ତି। ଏହି ଟିମ୍‌ କହାରାଷ୍ଟ୍ରରେ ୩୦, ଛତଶଗଡ଼ରେ ୧୧ ଜିଲ୍ଲା ଏବଂ ପଞ୍ଜାବର ୯ ଜିଲ୍ଲାରେ ସ୍ଥିତି ପରଖିବେ।

ସୂଚନା ଯେ, ଦେଶରେ ସୋମବାର ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଟପିବା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ଭୂତାଣୁର ଦ୍ବିତୀୟ ଲହର ମହାରାଷ୍ଟ୍ର ସହିତ ଦେଶର କିଛି ରାଜ୍ୟରେ ବେକାବୁ ହୋଇଥିବା ଦେଖିବାକୁ ମିଳିଛି।ମହାରାଷ୍ଟ୍ରରେ ସୋମବାର ୪୭ ହଜାର ୨୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ ଭଳି ସ୍ଥିତି ଦେଖାଯାଇଛି। ୪୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟରେ ୧୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ରାଜ୍ୟରେ ଏବେ ୪,୧,୩୭୫ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

Show More

Related Articles

Back to top button