Breaking PLUSଖେଳ

ଆଇପିଏଲ୍ ୨୦୨୨ରେ ଯୋଡି ହେଲେ ଦୁଇଟି ନୂଆ ଟିମ୍

ଆଇପିଏଲ୍-୨୦୨୨ରେ ସାମିଲ ହୋଇଛନ୍ତି ଦୁଇଟି ନୂଆ ଟିମ୍ ଅହମଦାବାଦ ଓ ଲଖ୍ନୌ । ଆସନ୍ତା ଆଇପିଏଲ୍ ସିଜିନରେ ମଇଦାନକୁ ଓହ୍ଲାଇବେ ଅହମଦାବାଦ ଓ ଲଖ୍ନୌ ଟିମ୍ । ଟିମ୍ ଅହମଦାବାଦ ଫ୍ରାଂଚାଇଜିକୁ ସିଭିସି କ୍ୟାପିଟାଲ୍ ଗ୍ରୁପ ୫ ହଜାର ୬୦୦ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ୭ ହଜାର ୯୦ କୋଟି ଟଙ୍କା ମୂଲ୍ୟରେ ଲଖ୍ନୌ ଟିମର ମାଲିକନା ହାସଲ କରିଛି ଆର.ପି ସଂଜୀବ ଗୋଏଙ୍କା ଗ୍ରୁପ ।

ଦୁବାଇରେ ହୋଇଥିବା ନିଲାମୀରେ ଅଦାନୀ ଗ୍ରୁପ, ଟୋରେଣ୍ଟ ଓ ମାଂଚେଷ୍ଟର ୟୁନାଇଟେଡ୍ ମଧ୍ୟ ଭାଗ ନେଇଥିଲେ । ହେଲେ ସେମାନଙ୍କ ନିଲାମ ଆକଳନ ୫ ହଜାର କୋଟି ଟଙ୍କା ମଧ୍ୟ ପହଂଚି ପାରିନଥିଲା । ଅନ୍ୟପଟେ ସଂଜୀବ ଗୋଏଙ୍କା ଗ୍ରୁପ ଆଇପିଏଲ୍ ଇତିହାସର ସବୁଠୁ ଅଧିକ ଟଙ୍କା ଦେଇ ଲଖ୍ନୌ ଫ୍ରାଂଚାଇଜି ହାସଲ କରିଥିଲେ । ଏହା ପରେ ସିଭିସି କ୍ୟାପିଟାଲ ଗ୍ରୁପ ଅହମଦାବାଦ ଫ୍ରାଂଚାଇଜି କିଣିବାରେ ସମର୍ଥ ହୋଇଥିଲେ ।

Show More

Related Articles

Back to top button