Breaking PLUSଦେଶମୁଖ୍ୟ ଖବର

ଡିସେମ୍ବର ୧୫ ଯାଏଁ ଭାରତରୁ ବିଦେଶକୁ ବିମାନ ଉଡାଣ ଉପରେ ରୋକ

ଡିସେମ୍ବର ୧୫ ଯାଏଁ ଭାରତରୁ ବିଦେଶକୁ ଉଡିବନି ବିମାନ । ଏନେଇ କଟକଣା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଅଫ୍ରିକାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ବର୍ତ୍ତମାନ ଚାରିଆଡେ ଆତଙ୍କ ଖେଳିଯାଇଛି । ଅନେକ ଦେଶକୁ ମଧ୍ୟ ଏହି ଓମିକ୍ରନ ଭାରିଆଣ୍ଟ ଭୂତାଣୁ ବ୍ୟାପିବାରେ ଲାଗିଛି ।

ଏହି ପରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଦେଶକୁ ବିମାନ ଉଡିପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କୋଭିଡ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ଆତଙ୍କ ରଚିଛି ।ଏଭଳି ସମୟରେ ଭାରତକୁୁ ଶହ ଶହ ଲୋକ ବିଦେଶରୁ ଫେରୁଛନ୍ତି । ସେମାନଙ୍କ ଠାରେ କୋଭିଡ ଭୂତାଣୁ ମଧ୍ୟ ଚିହ୍ନଟ ହେଉଛି । ଭାରତରେ ଓମିକ୍ରନ ଭୂତାଣୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର।ଷ୍ଟ୍ରୀୟ ବିମାନ ସେବାକୁ ବନ୍ଦ କରି ଦେଇଛନ୍ତି । ଏହି କଟକଣା କିଛି ଦିନ ପାଇଁ ଲାଗୁ କରାଯାଇଛି ।

Show More

Related Articles

Back to top button