ଓଡ଼ିଶାମୁଖ୍ୟ ଖବର

ଆଭ୍ୟନ୍ତରୀଣ ଓଡିଶା ପାଲଟିଛି ତତଲା କଡେଇ, ୧୩ ଜିଲ୍ଲାରେ କାଳବୈଶାଖି ସମ୍ଭାବନା

ଭୀଷଣ ତାତିରେ ଅସ୍ତବ୍ୟସ୍ତ ହେଉଛି ଆଭ୍ୟନ୍ତରୀଣ ଓଡ଼ିଶା । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତେବେ ଗୁରୁବାର ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଛି । କିନ୍ତୁ ବଡ଼ ଧରଣର ଆଶ୍ୱସ୍ତି ମିଳିନାହିଁ

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବନୁମାନ ହେଲା, ବର୍ତ୍ତମାନ ଉପକୂଳରେ ତାତି ଆଉ ବଢ଼ିବନି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆଉ ଦୁଇଦିନ ଗରମ ପ୍ରକୋପ ଭୀଷଣ ରହିବ। ୨ ତାରିଖରୁ ଆଭ୍ୟନ୍ତରୀଣ ସମେତ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୩ରୁ କାଳବୈଶାଖୀ ବଢ଼ିବ । ୮ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ କମ୍‌ ରହିବ ।ପାଣିପାଗ ବିଭାଗ କହିଛି, ଆଜି ଯେଉଁଭଳି ତାପମାତ୍ରା ଥିଲା, ଆସନ୍ତା ଦୁଇଦିନ ପ୍ରାୟତଃ ସେଇଭଳି ସ୍ଥିତି ରହିବ । ୨ ଦିନ ପରେ ତାତି କମିବ । ପ୍ରାୟ ୨/୩ ଡିଗ୍ରୀ କମିପାରେ ୨-୩ ଦିନ ଭିତରେ ।

ଗୁରୁବାର ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ସୋନପୁର ସହର ୪୩.୧ ଡିଗ୍ରୀ ସେଲସିୟସ୍‌ ଡିଗ୍ରୀ ତାତିରେ ଜଳିଥିଲା। ସୁନ୍ଦରଗଡ଼, ବଲାଙ୍ଗିର, ଟିଟିଲାଗଡ଼, ଭବାନୀପାଟଣା ଓ ବୌଦ୍ଧ ସହରବାସୀ ୪୨ ଡିଗ୍ରୀରୁ ଅଧିକ ତାତିରେ ଛଟପଟ ହୋଇଥିଲେ । ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି, ଅନୁଗୁଳ ହୀରାକୁଦ, ତାଳଚେରରେ ମଧ୍ୟ ଅସହ୍ୟ ଗରମ ଥିଲା । ଏସବୁ ଜାଗାରେ ତାତି ୪୦ ଡିଗ୍ରୀ ଉପରେ ରହିଥିଲା ।ପୂର୍ବାନୁମାନ ଅନୁଯାୟୀ ଆଜି ଉପକୂଳ ଓଡ଼ିଶାରେ ତାତି ପ୍ରକୋପ କମ୍‌ ଥିଲା । କେବଳ ଭୁବନେଶ୍ୱରରେ ତାତି ୩୮ ଡିଗ୍ରୀ ଉପରେ ଥିଲା । ଅନ୍ୟପକ୍ଷରେ ଆଜି କୋରାପୁଟ, ଫୁଲବାଣୀ, ରାୟଗଡ଼ାରେ ଦିନବେଳା କାଳବୈଶାଖୀ ହୋଇଛି ।ପାଣିପାଗ ବିଭାଗ କହିଛି, ଶୁକ୍ରବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କୋରାପୁଟ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ବର୍ତ୍ତମାନ ପ୍ରତ୍ୟେକ ଦିନ କାଳବୈଶାଖୀ ବର୍ଷା କିଛି ଜାଗାରେ ହେବା ସମ୍ଭାବନା ଅଛି । ବର୍ଷା ହେଲେ ତାତି ପ୍ରକୋପରୁ ଆଶ୍ୱସ୍ତି ମିଳିବ ।

Show More

Related Articles

Back to top button