Breaking PLUSଦେଶ ବିଦେଶମୁଖ୍ୟ ଖବର

ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା

ବିଶ୍ୱରେ ଏବେ ମହାମାରୀ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ସଂକ୍ରମଣ ହୁହୁ ହୋଇ ବଢୁଛି । ଏହାମଧ୍ୟରେ ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି

ବିଶ୍ୱରେ ଏବେ ମହାମାରୀ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ସଂକ୍ରମଣ ହୁହୁ ହୋଇ ବଢୁଛି । ଏହାମଧ୍ୟରେ ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ଏପ୍ରିଲ ୨୮ ଯାଏଁ ସମସ୍ତ ଯାତ୍ରୀଙ୍କ ପ୍ରବେଶକୁ ସସପେଣ୍ଡ କରାଯାଇଛି । କିଓ୍ୱିର ଏହି ନିଷ୍ପତ୍ତି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି ।

ସୂଚନା ଯେ, କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ୩ ନମ୍ବର ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱର ସବୁଠାରୁ ଅଧିକ କେସ୍ ଭାରତରେ ହିଁ ଆସୁଛି । ସେହିପରି ଆରୋଗ୍ୟ ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା ପଛରେ ଦ୍ୱିତୀୟରେ ରହିଛି । ମୃତ୍ୟୁସଂଖ୍ୟାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପଛରେ ଭାରତ ରହିଛି । ଅନ୍ୟପକ୍ଷରେ ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଜାରି ରହିଛି । ଏପ୍ରିଲ ୭ ତାରିଖ ସୁଦ୍ଧା ୮ କୋଟି ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଲାଣି । ଭାକସିନର ଦ୍ୱିତୀୟ ଡୋଜ୍ ଅଭିଯାନ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଉର୍ଧ୍ୱ ସମସ୍ତଙ୍କୁ ଟିକା ଲଗାଯାଉଛି ।

Show More

Related Articles

Back to top button