ଖେଳ

ବାହୁଡିବେ ଭାରତୀୟ ଆଥଲେଟ୍, ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ବିଜେତାଙ୍କୁ କରାଯିବ ସମ୍ମାନିତ

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ଆଥଲେଟମାନେ ଆଜି ନିଜ ଦେଶକୁ ଫେରିବେ ।

ଆଉ ଭାରତ ଫେରିବା ପରେ ସେନାମଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶ ପାଇଁ ପଦକ ଜିତିଥିବା ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯିବ ।ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କ ସହ ସାମିଲ ହେବେ । ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ଟି ପଦକ ମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି silver ଏବଂ ଚାରିଟି ବ୍ରୋଞ୍ଜ ପଦକ ଜିତିଛି ।

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଏହି, କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଯେଉଁଥିରେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬.୩୦ରୁ ଆରମ୍ଭ ହେବ । କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବହୁ ପୂର୍ବତନ ଅଲିମ୍ପିକ୍ ଖେଳାଳି ତଥା ଭାରତ ସରକାରଙ୍କ ଅଧିକାରୀମାନେ ଯୋଗଦେବେ।

Show More

Related Articles

Back to top button