Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା, ଗତ ୨୪ଘଣ୍ଟା ମଧ୍ୟରେ ୧୩,୮୨୩ ଜଣ କରୋନା ରୋଗୀ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ-ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତର ଭାବେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳକୁ ଆସିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ ୧୩,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୫,୯୫,୬୬୦ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୬୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୧,୫୨,୭୧୮ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁଦ୍ଧାରେ ଦେଶରେ ୧ କୋଟିରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶରେ ୧,୦୨,୪୫,୭୪୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୭୦ ପ୍ରତିଶତ ରହିଛି । ଅନ୍ୟପଟେ ଦେଶରେ ଅନେକ ଦିନ ପରେ କରୋନା ଆକ୍ଟିଭ୍‌ କେସ୍‌ ସଂଖ୍ୟା କମିଛି । ଏବେ ମୋଟ ଆକ୍ଟିଭ୍‌ ସଂଖ୍ୟା ୧,୯୭,୨୦୧ରେ ରହିଛି । ଯାହାକୁ ଅନେକ ଦିନ ପରେ କରୋନା ବିରୋଧୀ ଲଢେଇ ଲାଗି ସଫଳ ହୋଇଛି । ଦେଶରେ ମୃତ୍ୟୁ ହାର ୧.୪୪ ପ୍ରତିଶତ ରହିଛି ।

Show More

Related Articles

Back to top button