ଓଡ଼ିଶାମୁଖ୍ୟ ଖବର

ବଢିଲା ତାତି: ଜନଜୀବନ ଅସ୍ତବ୍ୟସ୍ତ

୪୦ ଡିଗ୍ରୀ ଉପରେ ୬ ସହର

ବଢିଛି ତାତି । ପାରଦ ପୁଣି ଉପରମୁହାଁ ହୋଇଛି । ରାଜ୍ୟ ତମାମ ତାତି ବଢ଼ିଛି । ଫେରିଛି ଗ୍ରୀଷ୍ମର ଜ୍ୱାଳା । ଛଟପଟ ଜନଜୀବନ । ରାଜ୍ୟର ୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ଆଉ ୭ ସହର ୩୯ ଡିଗ୍ରୀ ତାତିରେ ସିଝିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆଉ କିଛି ଦିନ ରହିବ । ବର୍ତ୍ତମାନ ୪ ଦିନ ଭିତରେ ତାତି କମିବା ସମ୍ଭାବନା କମ୍‌ । ଖାଲି ସେତିକି ନୁହେଁ, କାଳବୈଶାଖୀ ସମ୍ଭାବନା ଏବେ କମ୍‌ ଥିବାରୁ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ।ସୋମବାର ବୌଦ୍ଧ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫, ଟିଟିଲାଗଡ଼ ୪୦, ମାଲକାନଗିରି ୪୦ ଡିଗ୍ରୀ ଗ୍ରୀଷ୍ମ ତାତିରେସନ୍ତୁଳି ହୋଇଥିଲା । ଅନ୍ୟ ସହର ମଧ୍ୟରେ ଭବାନୀପାଟଣା ୩୯.୫ ଡିଗ୍ରୀ, ତାଳଚୋ ୩୯.୩, ବାରିପଦା ୩୯.୨, ଝାରସୁଗୁଡ଼ା ୩୯.୨, ହୀରାକୁଦ ୩୯.୧, ଭୁବନେଶ୍ୱର ୩୯ ଡିଗ୍ରୀ ତାତିରେ ସିଝିଥିଲା ।

କଟକ, ନୟାଗଡ଼, ଚାନ୍ଦବାଲି ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । ରାଜ୍ୟ ସାରା ଗରମ ବଢ଼ିଥିବାବେଳେ ଗାଏବ ହୋଇଯାଇଛି କାଳବୈଶାଖୀ ।ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Show More

Related Articles

Back to top button