ବାଣିଜ୍ୟ

ସେୟାର ବଜାରରେ ମିଶ୍ରିତ କାରବାର

ସବୁଜ ସଙ୍କେତରେ ଖୋଲିବାପରେ ରେଡ୍‌ ମାର୍କରେ ସେନସେକ୍ସ୍, ହ୍ରାସ ପାଇଲା ନିଫ୍ଟି

କରୋନା ସଙ୍କଟ ପରେ ମଧ୍ୟ ଚଳିତ ସପ୍ତାହରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଗୁରୁବାର ସେୟାର ମାର୍କେଟ୍‌ ସବୁଜ ସଙ୍କେତରେ ଖୋଲିଥିଲା । କିନ୍ତୁ କାରବାର ସମୟରେ ଏଥିରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୬୦ ପଏଣ୍ଟ ବୃଦ୍ଧି ପାଇ ୫୦,୦୯୩.୮୬ରେ ଖୋଲିଥିଲା । ସକାଳ ୯.୨୨ ସୁଦ୍ଧା ସେନସେକ୍ସ ୬୪୨ ପଏଣ୍ଟ ବୃଦ୍ଧି ପାଇ ୫୦,୩୭୫.୭୭ରେ ପହଞ୍ଚିଯାଇଥିଲା । କିନ୍ତୁ ପରେ ଦିନ ୧୧.୪୫ ପରେ ସେନସେକ୍ସ ଲାଲ ସଙ୍କେତକୁ ଚାଲିଆସିଥିଲା । ସେନସେକ୍ସ ୮୩୯.୭୯ ପଏଣ୍ଟ ଖସି ୪୯,୫୩୫.୯୮ରେ ପହଞ୍ଚିଯାଇଥିଲା ।ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୧୫ ଅଙ୍କ ବୃଦ୍ଧି ପାଇ ୧୪,୯୭୯ରେ ଖୋଲିଥିଲା । ସକାଳ ୯ଟା୨୦ ପାଖାପାଖି ୧୮୦ ପଏଣ୍ଟ ବୃଦ୍ଧି ପାଇ ୧୫,୦୪୪.୩୫ରେ ପହଞ୍ଚିଯାଇଥିଲା । ତେବେ ପୁଣି ଏଥିରେ ହ୍ରାସ ଘଟି ୧୪,୮୧୪.୪୫ରେ ପହଞ୍ଚିଯାଇଥିଲା ।କାରବାର ସମୟରେ ପ୍ରାୟ ୧୧୫୧ଟି ସେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ୨୦୧ ସେୟାର ହ୍ରାସ ଦେଖିବାକୁ ମିଳିଛି ।ମେଟାଲ ଇଣ୍ଡେକ୍ସରେ ୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଇନ୍‌ଫ୍ରା, ଆଇଟି ଏବଂ ଏଫ୍‌ଏମ୍‌ସିଜି ସେୟାରରେ ଭଲ କାରବାର ଦେଖିବାକୁ ମିଳିଛି ।ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୪ ପଇସା ହ୍ରାସ ପାଇଛି । ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୩୬ ରେ ବନ୍ଦ ହୋଇଥିବା ବେଳେ ଗୁରୁବାର ଏହା ୭୪.୨୨ ଟଙ୍କା ପ୍ରତି ଡଲାର ରହିଛି ।

ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୨୨ ଅଙ୍କ ବୃଦ୍ଧି ପାଇ ୪୯,୦୬୬.୬୪ରେ ଖୋଲିଥିଲା । ସକାଳ ୯ଟା ୩୦ ସୁଦ୍ଧା ସେନସେକ୍ସ ୩୯୮ ଅଙ୍କ ବୃଦ୍ଧି ପାଇ ୪୯,୩୪୨.୮୮ରେ ପହଞ୍ଚିଯାଇଥିଲା ।ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୫୭ ପଏଣ୍ଟ ବୃଦ୍ଧି ପାଇ ୧୪,୭୧୦.୫୦ରେ ଖୋଲିଥିଲା । ସକାଳ ସାଢେ ୯ଟା ସୁଦ୍ଧା ୧୧୧ ପଏଣ୍ଟ ବୃଦ୍ଧି ପାଇ ୧୪,୭୬୪.୪୦ରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବୁଧବାର କାରବାର ସମୟରେ ୧୧୪୨ଟି ସେୟାରରେ ବୃଦ୍ଧି ଏବଂ ୨୪୨ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।ବୁଧବାର, ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ମଜବୁତ ହୋଇଛି । ଟଙ୍କାର ମୂଲ୍ୟ ୧୫ ପଇସା ବୃଦ୍ଧି ପାଇ ୭୪.୫୧ ଟଙ୍କା ପ୍ରତି ଡଲାର ଖୋଲିଥିଲା । ଗତ ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪.୬୬ରେ ବନ୍ଦ ହୋଇଥିଲା ।

Show More

Related Articles

Back to top button