Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ ଭୟଙ୍କର କରୋନା ପରିସ୍ଥିତି, ସ୍କୁଲ ବନ୍ଦ, କର୍ଫ୍ୟୁ ଲାଗୁ

ଭାରତରେ କରୋନା ଭାଇରସ୍ ମହାମାରୀର ୨ୟ ପ୍ରବାହ ଦେଖାଯାଇଛି । ମଙ୍ଗଳବାର ମହାରାଷ୍ଟ୍ରରେ ୧୭ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ସରକାର କହିଛନ୍ତି ଏହା ୨ୟ ପ୍ରବାହର କାରଣ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ କରୋନା ପାଇଁ ପଦକ୍ଷେପ ନିଆଯାଉଛି ।

ମୁମ୍ବାଇରେ ଶିକ୍ଷକମାନଙ୍କୁ ଘରୁ ଥାଇ କାମ କରିବାକୁ କୁହାଯାଇଛି । ମଧ୍ୟପ୍ରଦେଶରେ ସରକାର ଭୋପାଳ ଓ ଇନ୍ଦୋରରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇ ଦେଇଛନ୍ତି । ସେହିପରି ଗୁଜରାଟ, ପଂଜାବ ଓ ମହାରାଷ୍ଟ୍ରରେ ସ୍କୁଲଗୁଡ଼ିକ ବନ୍ଦ କରି ଦିଆଯାଇଛି । ପଂଜାବରେ ବୋର୍ଡ ପରୀକ୍ଷା ଏକ ମାସ ପରେ କରୋନାକୁ ନିୟନ୍ତ୍ରଣରେ ଆଣିବା ପାଇଁ ମହାରାଷ୍ଟ୍ରରେ ଲକଡାଉନ୍ ଓ ନାଇଟ୍ କଫ୍ୟୁର ସାହାରା ନିଆଯାଉଛି । ପଂଜାବର ୮ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟ ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରିଦେଇଛି ଓ ଟୀକାକରଣକୁ ତୀବ୍ର କରିବାକୁ ମଧ୍ୟ ପ୍ରକ୍ରିୟା ଜୋର ଧରିଛି । ବୋଧେ ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ବୈଠକରେ କରୋନା ସ୍ଥିତି ନେଇ ଚର୍ଚ୍ଚା ହେବ ।

ଦେଶବ୍ୟାପୀ ଗୋଟିଏ ଦିନରେ ୨୪ ହଜାର ୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ଅତିକ୍ରମ କରିଛି । ଗତକାଲି ୧୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ଏହି ସଂଖ୍ୟା ୧.୫୮ ଲକ୍ଷ ପହଂଚିଛି । ଲଗାତାର ୬ଷ୍ଠ ଦିନରେ ରୋଗୀଙ୍କ ସଂଖ୍ୟା ବଢ଼ିବା ପରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା୨.୨ କୋଟିକୁ ବୃଦ୍ଧି ପାଇଛି ।

Show More

Related Articles

Back to top button