ବାଣିଜ୍ୟ

ଭାରତରେ lphone-13ର ଲଞ୍ଚ ଡେଟ୍ ଘୋଷଣା

ଜାଣନ୍ତୁ ଏହାର ଦମଦାର ଫିଚର୍ସ ଓ ଦାମ୍

ଆପଲର ଆଇଫୋନ୍-୧୩ ଲଞ୍ଚ ତାରିଖକୁ ଉପଭୋକ୍ତାମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ । ଲୋକମାନେ ମଧ୍ୟ ଏହି ଆଇଫୋନର ମୂଲ୍ୟ ଏବଂ ଲଞ୍ଚ ତାରିଖ ଜାଣିବା ପାଇଁ ଇଣ୍ଟରନେଟରେ କ୍ରମାଗତ ଭାବରେ ଅପେକ୍ଷା କରିଥିଲେ | ହେଲେ ଏବେ ଏହାର ଅନ୍ତ ଘଟିଛି । ସେପ୍ଟେମ୍ବର ୧୪ରେ କମ୍ପାନୀ ଏହି ଫୋନକୁ ଲଞ୍ଚ କରିବାକୁ ଯାଉଛି। ଏହି ଆଇଫୋନ୍ ୧୩ ରେ ଫେସ୍ ଆଇଡି ଏବଂ ସେଲଫି କ୍ୟାମେରା ଉପଲବ୍ଧ ହେବ । ତେବେ ଘୋଷଣା କରାଯାଇଥିବା ଅନୁଯାୟୀ ଆଇଫୋନ-୧୩ ସିରିଜର ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ବେଳେ ଆସନ୍ତା ଅକ୍ଟୋବର ୧ରୁ ଏହାର ବିକ୍ରି ଆରମ୍ଭ ହେବ । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଚୀନ ଏବଂ ୟୁକେରେ ଏହି ଫୋନର ବିକ୍ରି ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ । ଏହି ୬ଟି ଦେଶକୁ ଫାଷ୍ଟ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଗଯାଇଛି । ତେବେ ଆପଲ୍ ୨୦୧୭ ରେ ଆଇଫୋନ୍ X ଲଞ୍ଚ କରିଥିଲା, ଯେଉଁଥିରେ ନଚ୍ ଫିଚର୍ସ ଦିଆଯାଇଥିଲା । (ଆଇଫୋନ୍ ୧୩ ଫିଚର୍ସ ଗୁଡିକ) ଫେସ୍ ଆଇଡି, ନଚ୍ ଏବଂ ସେଲଫି କ୍ୟାମେରା ପରି ଫିଚର୍ସ ଆଇଫୋନ୍ X ରେ ଦିଆଯାଇଥିଲା |

ରିପୋର୍ଟ ଅନୁଯାୟୀ, ନୂଆ ଆଇଫୋନରେ ଏକ ଛୋଟ ନଚ୍ ମଧ୍ୟ ଦିଆଯିବ। ଆଇଫୋନ୍-୧୨ ମଡେଲ୍ ପରି ଫିଚର୍ସ ମଧ୍ୟ ଏହି ଫୋନରେ ଉପଲବ୍ଧ ହେବ । ଭାରତକୁ ସେକେଣ୍ଡ ୱେଭ ମାର୍କେଟ ଭାବରେ ଚିହ୍ନଟ କରାଯାଇଥିବା ବେଳେ ଏଠାରେ ଅକ୍ଟୋବର ୧ରୁ ବିକ୍ରି ଆରମ୍ଭ ହେବ । ଏହି ଫୋନ ଲଞ୍ଚ ହେବା ସହ ଏକା ସାଙ୍ଗରେ ଆଇଫୋନ-୧୩, ଆଇଫୋନ-୧୩ ମିନି, ଆଇଫୋନ-୧୩ ପ୍ରୋ ଏବଂ ଆଇଫୋନ-୧୩ ପ୍ରୋ ମ୍ୟାକ୍ସ ଲଞ୍ଚ ହେବ । ଏହି ଫୋନର ମୂଲ୍ୟ ଆଇଫୋନ-୧୨ ସିରିଜର ମୂଲ୍ୟ ସହିତ ସମାନ ରହିବ। ଆଇଫୋନ-୧୩ ସିରିଜ ଫୋନର ସର୍ବନିମ୍ନ ମୂଲ୍ୟ ୭୯ ହଜାରରୁ ଆରମ୍ଭ ହେବ । ଏହା ସହିତ ଫୋନର ସର୍ବାଧିକ ମୂଲ୍ୟ ୧ ଲକ୍ଷ ୨୯ ହଜାର ଟଙ୍କା ରହିବ । କିନ୍ତୁ ଗ୍ରାହକମାନେ ଏହାକୁ ପ୍ରି-ବୁକ୍ କରିପାରିବେ ।

Show More

Related Articles

Back to top button