ଖେଳ

ଭାରତରେ ଥମିବାର ନାଁ ଧରୁନାହିଁ କରୋନା ସଂକ୍ରମଣ, କେମିତି ଆୟୋଜନ ହେବ ଟି-୨୦ ବିଶ୍ଵ କପ୍ ?

ଭାରତରେ କରୋନା ସଂକ୍ରମଣ ସଂପ୍ରତି ଚରମରେ ରହିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରାଜ୍ୟରେ କଟକଣା ବଢିବାରେ ଲାଗିଛି। ଅନ୍ୟପଟେ ଚଳିତ ବର୍ଷ ଭାରତରେ ଟି-୨୦ ବିଶ୍ଵ କପ୍‌ ଆୟୋଜନ ହେବାର ଅଛି

ଯେଉଁଭଳି ଭାବେ କରୋନା ପ୍ରକୋପ ବଢିବାରେ ଲାଗିଛି ତାହା ଟି-୨୦ ବିଶ୍ଵକପ୍‌ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିପାରେ।ଏହି ସଂପର୍କିତ ପ୍ରଶ୍ନର ଉତ୍ତରରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଅନ୍ତରୀଣ ସିଇଓ ଜ୍ୟୋଫ ଏଲାର୍ଡିସ ବୁଧବାର କହିଛନ୍ତି, ଆଇସିସି ପାଖରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ ପାଇଁ ବିକଳ୍ପ ଯୋଜନା ମଧ୍ୟ ରହିଛି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ତଥାପି ଭାରତରୁ ବାହାରେ ବିଶ୍ଵ କପ୍‌ ଆୟୋଜନ ପାଇଁ କୌଣସି ବିଚାର ନଥିବା ଆଇସିସି କହିଛି।ସୂଚନାଯୋଗ୍ୟ, ଭାରତରେ କରୋନାର ଦ୍ଵିତୀୟ ଲହର କାରଣରୁ ଖାଲି ଷ୍ଟାଡିୟମରେ ଆଇପିଏଲ ଆୟୋଜନ ହେଉଛି।

ଆଇସିସି କହିଛି ଯେ, ଟି-୨୦ ବିଶ୍ଵ କପ୍ ଆୟୋଜନ ପାଇଁ ଆମ ପାଖରେ ପ୍ଲାନ ବି ରହିଛି। କିନ୍ତୁ ଏବେ ସ୍ଥିତି ଉପରେ ନଜର ରଖାଯାଇଛି। ଆଶା କରାଯାଉଛି, ବର୍ଷ ଶେଷ ଆଡକୁ ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବ।ଆଇସିସି ଦୁଇ ମାସ ପରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲାର ଆୟୋଜନକୁ ଆଗକୁ ବଢୁଛି। ଯେ କୌଣସି ପରିସ୍ଥିତିରେ ମ୍ୟାଚ୍ ଆୟୋଜନ ପାଇଁ ଆମ ପାଖରେ ବ୍ୟାକଅପ୍‌ ଭାବେ ୟୁଏଇ ରହିଥିବା ଆଇସିସି କହିଛି।

Show More

Related Articles

Back to top button