ଦେଶ ବିଦେଶ

ଆଇଏଏସ ସ୍ତରରେ ବଡ ଅଦଳବଦଳ କଲେ ମୋଦୀ ସରକାର

ଅଳକା ଉପାଧ୍ୟାୟ ହେଲେ ଏନଏଚଏଆଇ ନିର୍ଦ୍ଦେଶିକା

କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଅଳକା ଉପାଧ୍ୟାୟଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଅଳକା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର । ସେ ମଧ୍ୟପ୍ରଦେଶ କ୍ୟାଡରର ଅଟନ୍ତି । ଏବେ ସେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବନ୍ଦର ମନ୍ତ୍ରାଳୟର ଅତିରିକ୍ତ ସଚିବ ସଞ୍ଜୀବ ବନ୍ଦୋପାଧ୍ୟାୟଙ୍କୁ ଅନ୍ତର୍ଦେଶୀୟ ଜଳପଥ ବିଭାଦର ନିର୍ଦ୍ଦେଶତ ଭାବେ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ର ଏସ ଗଙ୍ଗଓ୍ୱାରଙ୍କୁ ସୀମା ପରିଚାଳନା ବିଭାଗର ସଚିବ ଦାୟିତ୍ୱ, ସନ୍ଦୀପ କୁମାର ନାୟକଙ୍କୁ ଜାତୀୟ ଉତ୍ପାଦକ ନିଗମର ଡିଜି ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ଉପମା ଶ୍ରୀବାସ୍ତବଙ୍କୁ ଜାତୀୟ ଜନଜାତି କମିଶନର ସଚିବ ଦାୟିତ୍ୱ, ଜୁଥିକା ପାଟନାକରଙ୍କୁ ଜାତୀୟ ସୂଚନା କମିଶନରେ ସଚିବ ଦାୟିତ୍ୱ, ଅନିତା ପ୍ରବୀଣଙ୍କୁ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ସେହିପରି ଜି ଅଶୋକ କୁମାରଙ୍କୁ ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନର ଡିଜି ଦାୟିତ୍ୱ, ନୀଲମ ସାମିଙ୍କୁ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅତିରିକ୍ତ ସଚିବ ପଦ ସମ୍ଭାଳିବେ । ଆହୁରି ମଧ୍ୟ ହରି ରଞ୍ଜନ ରାଓଙ୍କୁ ଟେଲି କମ୍ୟୁନିକେସନ ବିଭାଗର ଅତିରିକ୍ତ ସଚିବ ଓ ୧୯୯୬ ବ୍ୟାଚର ଆଇଏଏସ ଅଫିସ ଶ୍ୟାମଲ ମିଶ୍ରଙ୍କୁ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି ।

Show More

Related Articles

Back to top button