ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଏମ୍‌ସରେ ସ୍ଥାପନ ହେବ ୩ ଗବେଷଣା କେନ୍ଦ୍ର, ଉପକୃତ ହେବେ କର୍କଟ ରୋଗୀ

ପୂର୍ବ ଭାରତ ନିମନ୍ତେ ଏମସ୍‌ ଭୁବନେଶ୍ବରରେ ୩ ବୃହତ୍ତ ଗବେଷଣା କେନ୍ଦ୍ର (ପରୀକ୍ଷାଗାର) ସ୍ଥାପନ କରାଯିବ। ବିଭିନ୍ନ ପ୍ରକାର ଭୂତାଣୁ, ଜୀବାଣୁ ଏବଂ କର୍କଟ ରୋଗ ଉପରେ ଗବେଷଣା ହେବ

ଏହି କେନ୍ଦ୍ର ସ୍ଥାପନ ନିମନ୍ତେ ଇଣ୍ଡିଆନ୍ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏମସ୍‌ ଭୁବନେଶ୍ବରକୁ ଅନୁମତି ପ୍ରଦାନ କରିଛି। ଏଥିପାଇଁ କେନ୍ଦ୍ର ସରକାର ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏ ସଂକ୍ରାନ୍ତରେ ଏମସ୍‌ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।କୋଭିଡ଼ ପରି ଭବିଷ୍ୟତରେ ଯଦି ଆଉ କୌଣସି ଭୂତାଣୁ ମହାମାରୀ ରୂପ ନେଇ ଆସେ ତେବେ ତା’ଉପରେ ଏମସ୍‌ରେ ଗବେଷଣା କରାଯିବ। ସେତେବେଳେ ପୂର୍ବଭାରତ ରାଜ୍ୟଗୁଡିକୁ ନେଇ ଭୂତାଣୁ ଉପରେ ଗବେଷଣା ହେବ।

ପରୀକ୍ଷାଗାର ଓ ଭିତ୍ତିଭୂମି ନିମନ୍ତେ ୧.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ବିଭିନ୍ନ ପ୍ରକାର ଫଙ୍ଗସ୍‌ (ଫିମ୍ପି) ଜୀବାଣୁ ଉପରେ ଗବେଷଣା କରାଯିବ। ୫ କୋଟି ଟଙ୍କା ବ୍ୟୟରେ ପରୀକ୍ଷାଗାର ଓ ଭିତ୍ତିଭୂମି ତିଆରି ହେବ। ଏଥିପାଇଁ ଉପରୋକ୍ତ ଅର୍ଥ ମଞ୍ଜୁର ହୋଇ ସାରିଛି। ଅନ୍ୟପଟେ ଭାରତରେ ସ୍ତନ ଓ ଫୁସ୍‌ଫୁସ୍‌ କର୍କଟ ରୋଗୀ ଅଧିକ। ଘରୋଇ ହସ୍ପିଟାଲ ଓ ପରୀକ୍ଷାଗାରରେ ପରୀକ୍ଷା କରିବା ଦ୍ବାରା ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ଲକ୍ଷ୍ୟ କରି ଭୁବନେଶ୍ବର ଏମସ୍‌ରେ ସ୍ତନ ଓ ଫୁସ୍‌ଫୁସ୍‌ କର୍କଟ ରୋଗ ସଂକ୍ରାନ୍ତରେ ପରୀକ୍ଷା କରିବା ପାଇଁ କେନ୍ଦ୍ର ସ୍ଥାପନ କରାଯିବ। ସରକାର ଏଥିପାଇଁ ଅର୍ଥ ମଞ୍ଜୁର କରିଥିବା ଏମସ୍‌ ପକ୍ଷରୁ କୁହାଯାଇଛି। ପରୀକ୍ଷାଗାର ସ୍ଥାପନ କରାଯିବା ଦ୍ବାରା ଓଡିଶା ସମେତ ପୂର୍ବ ଭାରତ ରାଜ୍ୟଗୁଡିକର କର୍କଟ ରୋଗୀ କମ ମୂଲ୍ୟରେ ପରୀକ୍ଷା କରିପାରିବେ।

Show More

Related Articles

Back to top button