ଦେଶ ବିଦେଶସ୍ୱାସ୍ଥ୍ୟ

କୋଲ୍ଡ ଡ୍ରିଙ୍କ୍ସ୍ ବୋତଲରେ ପାଣି ପୁରେଇ ଫ୍ରୀଜ୍ ରେ ରଖୁଛନ୍ତି କି : ହୋଇ ପାରନ୍ତି ଏହି ସବୁ ରୋଗର ଶିକାର

ଗ୍ରୀଷ୍ମଋତୁ ଆରମ୍ଭ ହୋଇ ଗଲାଣି ଓ ଏହି ସମୟରେ ଗରମ ପ୍ରଭାବରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣି ଆବଶ୍ୟକ ହୋଇଥାଏ l ତେଣୁକରି ଆମେ ପାଣି ବୋତଲ ଫ୍ରିଜରେ ରଖିଥାଉ ଓ ଅଧିକାଂଶ ଲୋକ ଥଣ୍ଡା ପାନୀୟ ବୋତଲରେ ପାଣି ରଖିଥାନ୍ତି

ହୋଇପାରେ ଆପଣମାନେ ମଧ୍ୟ ଏହିଭଳି ବୋତଲରେ ପାଣି ରଖୁଥାଇ ପାରନ୍ତି ଯେଉଁଥିରେ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଅସିଥାଇ ପାରେ l ଯଦି ଆପଣ ଏହିଭଳି ବୋତଲରେ ପାଣି ରଖୁଛନ୍ତି ତେବେ ହୋଇଯାଆନ୍ତୁ ସଚେତନ l

କାରଣ ଏହି ବୋତଲ ସବୁ ଗୋଟିଏ ଥର ବ୍ୟବହାର କରିବା ପାଇଁ ହୋଇଥାଏ l ତେଣୁ ଆସନ୍ତୁ ଜାଣିବା ଏହାଦ୍ୱାରା ଶରୀରର କଣ ସବୁ କ୍ଷତି ହେବ –

* ପ୍ଲାସ୍ଟିକରେ ଅନେକ ହାନିକାରକ ତତ୍ୱ ରହିଛି l ଯଦି ଆପଣ ଏହି ବୋତଲରେ ପାଣି ରଖିବେ ତେବେ ଏଥିରେ ଫ୍ଲୋରାଇଡ ଓ ଆର୍ସେନିକ ଭଳି କ୍ଷତିକାରକ ତତ୍ୱ ଉତ୍ପନ ହୋଇଥାଏ l ଯାହା ଶରୀର ପାଇଁ କ୍ଷତିକାରକ ଅଟେ ,ଏହା ମଣିଷ ଶରୀରରେ ସ୍ଲୋ ପଏଜନ ଭଳି କାମ କରିଥାଏ l ମିଳିଥିବା ଗୋଟିଏ ସୂଚନା ଆଧାରରେ ,ପ୍ଲାଷ୍ଟିକ ବୋତଲରେ ରଖାଯାଇଥିବା ପାଣିକୁ ପିଇବା ଦ୍ୱାରା ଶରୀରରେ ବିଭିନ୍ନ କ୍ଷତି ଧୀରେ ଧୀରେ ହୋଇଥାଏ l

* ଯେତେବେଳେ ଉତ୍ତାପ ବଢିଥାଏ ପ୍ଲାଷ୍ଟିକ ତରଳିବାକୁ ଲାଗିଥାଏ l ଯେତେବେଳେ ଆମେ ପ୍ଲାଷ୍ଟିକ ବୋତଲରେ ଗରମ ପାଣି ଢାଳି ଥାଉ ତାର ଆକୃତି ବଦଳି ଯାଇଥାଏ l ଏହାଦ୍ୱାରା ଟକ୍ସିନ ଉତ୍ପନ ହୋଇଥାଏ ,ଏହାଦ୍ୱାରା ସ୍ତନ କର୍କଟ ରୋଗ ହେବାର ସମ୍ଭାବନା ଥାଏ l

* ବିପିଏ ଅର୍ଥ ବାଇଫିନାଇଲ A ,ଏହା ଏକ ପ୍ରକାରର ରାସାୟନିକ ପଦାର୍ଥ ଅଟେ ଯାହା ଆପଣଙ୍କ ଶରୀରକୁ ଅତ୍ୟନ୍ତ କ୍ଷତି କରିଥାଏ L ଏହି କାରଣରୁ ମଧୁମେହ ,ମୋଟାପଣ ,ପ୍ରଜନନ ସମସ୍ୟା ଦେଖାଦେଇଥାଏ L ତେଣୁକରି ପ୍ଲାଷ୍ଟିକ ବୋତଲରେ ପାଣି ରଖିବା ଉଚିତ ନୁହେଁ l

* ଗବେଷଣାରୁ ଜଣାପଡିଛି ଯେ ପ୍ଲାଷ୍ଟିକ ବୋତଲରେ ପାଣି ରଖି ପିଇବା ଦ୍ୱାରା ଆପଣଙ୍କ ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇଥାଏ l ଏଥିରୁ ଉତ୍ପନ ହେଉଥିବା ରାସାୟନିକ ପଦାର୍ଥ ଆପଣଙ୍କ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ l ପ୍ଲାସ୍ଟିକରେ ଥିବା ଫେଂଥଲେଟସ ନାମକ ପଦାର୍ଥ ଲିଭର କ୍ୟାନ୍ସରର କାରଣ ହୋଇଥାଏ l

Show More

Related Articles

Back to top button