ଜୀବନଚର୍ଯ୍ୟା

ବିବାହରେ ହେଉଛି କି ବିଳମ୍ବ ? କରନ୍ତୁ ଏହି ସରଳ ଉପାୟ

ଦୂର ହେବ ସମସ୍ୟା

ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ। ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର। ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ। ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ। ବିଳମ୍ବ ବିବାହ ପଛରେ ଅନେକ କାରଣ ଥାଏ ଯାହାକୁ ଦୂର କରିବାକୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଅଛି। ବାସ୍ତୁଶାସ୍ତ୍ରର ଏହି ଉପାୟ ବିବାହରେ ଦେଖା ଦେଉଥିବା ବାଧା ଦୂର କରିଥାଏ।

ଶୀଘ୍ର ବିବାହ ପାଇଁ ବାସ୍ତୁ ଉପାୟ :

୧. ଯଦି ଆପଣଙ୍କ ଘରକୁ କିଏ ବିବାହ ନେଇ ଆସେ ତାହେଲେ ତାଙ୍କୁ ଏମିତି ଜାଗାରେ ବସାନ୍ତୁ ଯେଉଁଠୁ ଘରର ମୁଖ୍ୟଦ୍ଵାର ନଜର ଆସୁନଥିବ।

୨. ଯେଉଁ ଖଟରେ ଶୋଉଛନ୍ତି ତା ତଳେ ଅଯଥା ଜିନିଷ କିମ୍ବା କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ। ଏହା ବିବାହରେ ବାଧା ସୃଷ୍ଟି କରିଥାଏ।

୩. ମଙ୍ଗଳ ଦୋଷ ଯୋଗୁଁ ମଧ୍ୟ ବିବାହରେ ସମସ୍ୟା ହୋଇଥାଏ। ମଙ୍ଗଳ ଦୋଷ ଦୂର କରିବାକୁ କୋଠରୀର ଦ୍ୱାରରେ ଗୋଲାପୀ କିମ୍ବା ହାଲୁକା ନାଲି ରଙ୍ଗ ମାରନ୍ତୁ।

୪. ନିଜ କୋଠରୀରେ କୌଣସି ଖାଲି ବାସନ କିମ୍ବା ଟାଙ୍କି ରଖନ୍ତୁ ନାହିଁ। ଯଦି ପୂର୍ବରୁ ଥାଏ ତାହେଲେ ତାକୁ ହଟେଇ ଦିଅନ୍ତୁ। ଅଧିକ ଓଜନିଆ ଜିନିଷ ମଧ୍ୟ ରଖନ୍ତୁ ନାହିଁ।

୫. ଯଦି ଘରର ମୁଖ୍ୟଦ୍ଵାର ସହ ସମ୍ବନ୍ଧିତ କୌଣସି ବାସ୍ତୁଦୋଷ ଥାଏ ତାହେଲେ ବିବାହ ଠିକ କରିବାକୁ ଅନ୍ୟ କୌଣସି ଜାଗା ଚୟନ କରନ୍ତୁ।

ଶୀଘ୍ର ବିବାହ ପାଇଁ ଅନ୍ୟ ଉପାୟ :

୧. ସୋମବାର ଦିନ ଅଧା କିଲୋ ଚଣା ଡାଲି ଓ ଅଧା ଲିଟର କଞ୍ଚା କ୍ଷୀର ଦାନ କରନ୍ତୁ। ବିବାହରେ ବିଳମ୍ବ ସମସ୍ୟା ଦୂର ହେବ।

୨. ଶନି ଦୋଷ କାରଣରୁ ବିବାହ ବିଳମ୍ବ ହେଉଥିଲେ ଶନିବାର ଦିନ ସୋରିଷ ତେଲରେ ନିଜ ଛାଇ ଦେଖି ଏହାକୁ ଦାନ କରନ୍ତୁ। ଲଗାତାର ୭ଟି ଶନିବାର ଯାଏଁ ଏହି ଉପାୟ କରନ୍ତୁ।

୩. ଯଦି ଯୁବତୀଙ୍କ ବିବାହରେ ବିଳମ୍ବ ହେଉଛି ତାହେଲେ ବିବାହ ହେଉଥିବା କୌଣସି ଯୁବତୀଙ୍କ ହାତରୁ ମେହେନ୍ଦି ଲଗାନ୍ତୁ। ଏହାଦ୍ୱାରା ଶୀଘ୍ର ବିବାହ ହୋଇଥାଏ।

Show More

Related Articles

Back to top button