ମୁଖ୍ୟ ଖବରସ୍ୱାସ୍ଥ୍ୟ

ସଚେତନ ନହେଲେ ପୁଣି ବିପଦ ଆଡ଼କୁ ଯିବା-ଡିଏମ୍‌ଇଟି

କରୋନା ସଂକ୍ରମଣ କେତେଟା ଜିଲ୍ଲାରେ ବା କେତେଟା ଅଞ୍ଚଳରେ ବଢ଼ିଛି । ମାତ୍ର ଏହା ଧୀରେ ଧୀରେ କମି କମି ଚାଲିଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲେ ଦେଶର ୯୧ଟି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ସେଥି ମଧ୍ୟରୁ ଓଡ଼ିଶାର କିଛି ଜିଲ୍ଲା ବି ରହିଛି । ଅନେକ ରାଜ୍ୟରେ କଟକଣା କୋହଳ ହୋଇଛି । ହେଲେ ଲୋକମାନେ ଗାଇଡ଼ ଲାଇନକୁ ମାନୁ ନାହାନ୍ତି । ଲୋକେ କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢ଼ାଉଛନ୍ତି । ତାର ଫଳାଫଳରେ ସଂକ୍ରମଣ ବଢୁଛି । ଲୋକମାନେ ସଚେତନ ନ ହେଲେ ଆମେ ପୁଣି ଥରେ ବିପଦ ଆଡ଼କୁ ଆଗେଇବା । ଓଡ଼ିଶାର କିଛି ଜିଲ୍ଲାରେ ସଂକ୍ରମଣ ଆପାତତଃ ସ୍ଥିର ଅଛି ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ୨୫୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜୁନ୍‌ ମାସ ପରେ ଜୁଲାଇରେ ମଧ୍ୟ ସଂକ୍ରମଣ ହାର କମିବାରେ ଲାଗିଛି । ଯାହାକି ରାଜ୍ୟ ପାଇଁ ଏକ ଆଶ୍ୱସ୍ତି କର ଖବର ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୨୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୫୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୦୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୪୩୩୫୮୦୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button