Breaking PLUSଖେଳମୁଖ୍ୟ ଖବର

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ

ଆଜି ଆଇପିଏଲ ମ୍ୟାଚରେ ସାମ୍ନାସାମ୍ନୀ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ଟି ନଟରାଜନ କରୋନା ସଂକ୍ରମିତ ହୋଇ ଆଇସୋଲେସନରେ ରହିଥିବାରୁ ବୋଲିଂ ବିଭାଗ ସୁଦୃଢ ହୋଇପାରି ନାହିଁ । କେବଳ ରସିଦ ଖାନ୍‌ ଓ ଜାସନ ହୋଲ୍ଡରଙ୍କୁ ନେଇ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ । ଆଇପିଏଲ୍‌ର ୪୦ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଆଜି ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ ।

ସନରାଇଜର୍ସ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨ ପଏଣ୍ଟ ହାସଲ କରିଥିବା ବେଳେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଦଳ ଏକ ପ୍ରକାର ସୁଯୋଗ ହରାଇ ସାରିଛି । ସନରାଇଜର୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିଫଳ ରହିଛନ୍ତି । ଡେଭିଡ୍‌ ୱାର୍ଣ୍ଣର ଫର୍ମ ଫେରି ପାଇ ନଥିବାବେଳେ ମନୀଷ ପାଣ୍ଡେ ନିରାଶ କରିଛନ୍ତି । କେନ୍‌ ୱିଲିୟମସନ ଦଳକୁ ସଂଗଠିତ କରିବାରେ ବିଫଳ ହୋଇଛନ୍ତି । ଭୁବନେଶ୍ୱର କୁମାର ଲୟକୁ ଫେରିବାକୁ ସଂଘର୍ଷ କରୁଛନ୍ତି । କେବଳ ରସିଦ ଖାନ୍‌ ଓ ଜାସନ ହୋଲ୍ଡରଙ୍କୁ ନେଇ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ । ତଥାପି ଦଳ ପୂର୍ବ ବିଫଳତାକୁ ଭୁଲି ଶ୍ରେଷ୍ଠ ପ୍ରଦର୍ଶନ କରିବ ।

ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ହାସଲ କରିସାରିଛି । ଆଉ ୬ ପଏଣ୍ଟ ହାସଲ କଲେ ଦଳର ପ୍ଲେ-ଅଫ୍‌ ଅଭିଯାନ ସମ୍ଭବ ହୋଇପାରିବ । ଜୋଫ୍ରା ଆର୍ଚର, ଜୋସ ବଟଲର, ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଦଳର ବିଫଳତା ପଛର ପ୍ରମୁଖ କାରଣ ହୋଇପାରେ । କ୍ରିସ୍‌ ମୋରିସ ଓ ଏଭିନ ଲୁଇସ୍‌ ଆହତ ଅଛନ୍ତି । ଫଳରେ ଉଭୟ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି ।

Show More

Related Articles

Back to top button