ଦେଶ ବିଦେଶବାଣିଜ୍ୟ

୧୦୦ଟି ସରକାରୀ ପ୍ରପର୍ଟି ବିକିଦେବେ ମୋଦି ସରକାର

ଜାଣନ୍ତୁ ଏଥିରୁ ମିଳିବ କେତେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ ରଣନୈତିକ ସାର୍ବଜନିକ ଉପକ୍ରମ ଘରୋଇ କରଣର ସମର୍ଥନ କରୁଛନ୍ତି। ଏଥିରେ ଅବ୍ୟବହୃତ ପଡି ରହିଥିବା ସରକାରୀ ସମ୍ପତ୍ତି ବିକ୍ରି କରି ୨.୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସାର୍ବଜନିକ କ୍ଷେତ୍ରର କମ୍ପାନୀଙ୍କ ୱେବିନାରକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପିଏସୟୁମାନଙ୍କ ବ୍ୟବହୃତ ଓ ଅବ୍ୟବହୃତ ସମ୍ପତ୍ତିକୁ ଏଥିଲାଗି ସୂଚିଭୁକ୍ତ କରାଯାଇଛି। ତୈଳ ଏବଂ ଗ୍ୟାସ୍, ବିଦ୍ୟୁତ ଆଦି କ୍ଷେତ୍ରର ଏପରି ଅନେକ ସମ୍ପତ୍ତି ଅବ୍ୟବହୃତ ପଡିଛି। ଏଗୁଡିକୁ ମନିଟାଇଜ୍ କରାଗଲେ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଅବସର ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏପରି ସଂସ୍ଥା ଓ କମ୍ପାନୀମାନଙ୍କୁ ସହଯୋଗ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି। ତେବେ ଏଭଳି ସଂସ୍ଥାଙ୍କ ମାଲିକାନା ସରକାର ନିଜ ହାତରେ ରଖି ସେଗୁଡିକୁ ଚଳାଇବା ଜରୁରି ନୁହେଁ। କାରଣ ଘରୋଇ କମ୍ପାନୀମାନେ ନିଜ ସହ ନିବେଶ, ବୈଶ୍ୱିକ ସର୍ବଶ୍ରେଷ୍ଠ ବ୍ୟବହାର,କୁଶଳ ପ୍ରବନ୍ଧନ ଓ ଆଧୁନିକରଣ ବ୍ୟବସ୍ଥା ରଖୁଛନ୍ତି। ଏଣୁ ଏପରି ସଂସ୍ଥାମାନେ ଅଚଳ ପିଏସୟୁମାନଙ୍କୁ ଅଧିଗ୍ରହଣ କଲେ ଏଥିରୁ ମିଳିବାକୁ ଥିବା ଅର୍ଥ ଅନ୍ୟ ଜନକଲ୍ୟାଣ କାର୍ଯ୍ୟରେ ନିବେଶ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ସରକାର ପରମାଣୁ ଶକ୍ତି, ଅନ୍ତରୀକ୍ଷ ଓ ପ୍ରତିରକ୍ଷା, ପରିବହନ ଓ ଦୂର ସଞ୍ଚାର, ବିଦ୍ୟୁତ, ପେଟ୍ରୋଲିୟମ, କୋଇଲା ଓ ଅନ୍ୟ ଖଣିଜ ପଦର୍ଥ ସମ୍ପର୍କିତ ପିଏସୟୁଙ୍କୁ ବାଦ ଦେଇ ବାକି ସମସ୍ତ ସାର୍ବଜନିକ କ୍ଷେତ୍ରର ଉପକ୍ରମକୁ ଘରୋଇକରଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଦେଶର ସାର୍ବଜନିକ ସମ୍ପତ୍ତି ମୂଲ୍ୟବାନ ଓ ଭବିଷ୍ୟତରେ ଏ ସବୁରେ ବ୍ୟାପକ ସମ୍ଭାବନା ଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଣୁ ଏଭଳି ସମ୍ପତ୍ତି ବିକ୍ରିରେ ମଧ୍ୟ ସରକାରଙ୍କ ଉପସ୍ଥିତି ନ୍ୟୁନତମ ସ୍ତରରେ ହେଲେ ବି ରହିବ ବୋଲି କହିଛନ୍ତି।ରୁଗ୍ଣ ପିଏସୟୁକୁ ଆର୍ଥିକ ସହାୟତା ଅର୍ଥ ବ୍ୟବସ୍ଥା ଉପରେ ବୋଝ ହେଉଛି। ଏଣୁ ଆମକୁ ଉତ୍ତରାଧିକାରରେ ମିଳିଥିବାରୁ ଏହାକୁ ଆମେ ଚଳାଇ ରଖିବା ନୀତିରେ ରହିଲେ ଆମକୁ ଋଣ ବୋଝ ବି ଉଠାଇବାକୁ ପଡିବ। ଏବେ ସରକାର ଜତୀୟ ଭିତ୍ତିଭୂମି ପ୍ରକଳ୍ପ ପାଇପଲାଇନ(ସୂଚୀ)ରେ କାମ କରୁଛନ୍ତି। ଏଥିରେ ଏବେ ଉପଯୋଗ ହୋଇପାରିନଥିବା ଅଥବା ଆଂଶିକ ଉପଯୋଗ ହୋଇଥିବା ଏପରି ସଂସ୍ଥାଙ୍କ ୧୦୦ଟି ପରିସମ୍ପତ୍ତି ବିକ୍ରି କରି ପ୍ରଥମେ ଅର୍ଥ ଯୋଗାଡ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button