ମନୋରଞ୍ଜନ

ହୁମା କ୍ୟୁରେଶୀଙ୍କ ବଡ ପଦକ୍ଷେପ: ଦିଲ୍ଲୀରେ ନିର୍ମାଣ କରିବେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା

ସମଗ୍ର ଦେଶରେ କରୋନା ଭାଇରସରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଏପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟି ଆଗେଇ ଆସିଛନ୍ତି, ବର୍ତ୍ତମାନ ଅଭିନେତ୍ରୀ ହୁମା କ୍ୟୁରେଶୀଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି

ବାସ୍ତବରେ, ହୁମା କ୍ୟୁରେଶି ‘ସେଭ୍ ଦ ଚିଲଡ୍ରେନ୍’ ଏନଜିଓର ସାହାଯ୍ୟ ନେଇ ଦିଲ୍ଲୀରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ହୁମା ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜ୍ୟାକ୍ ସ୍ନାଇଡର୍ ମଧ୍ୟ ଯୋଗ ଦେଇଛନ୍ତି।ହୁମା କ୍ୟୁରେଶି ସୋସିଆଲ ମିଡିଆରେ ଏକ ହସ୍ପିଟାଲ ନିର୍ମାଣ କରିବାର ଘୋଷଣା କରିଛନ୍ତି ଏବଂ ଏଥିରେ ଯୋଗଦେବାକୁ ଲୋକଙ୍କୁ ନିବେଦନ ମଧ୍ୟ କରିଛନ୍ତି। ହୁମା ଏହି ଅଭିଯାନର ନାମ ‘ବ୍ରୀଦ୍ ଅଫ୍ ଲାଇଫ୍’ ରଖିଛନ୍ତି। ଏହି ଡାକ୍ତରଖାନାରେ ୧୦୦ ଶଯ୍ୟା ସହହିତ ଏକ ଅକ୍ସିଜେନ୍ ପ୍ଲାଣ୍ଟ ମଧ୍ୟ ଲଗା ଯାଉଥିବା ହୁମା ସୂଚନା ଦେଇଛନ୍ତି। ହୁମା ପୋଷ୍ଟରେ ଲେଖିଛନ୍ତି, ‘ଦିଲ୍ଲୀରେ ନିଶ୍ୱାସ ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ ପାଇଁ ସେଭ୍ ଦି ଚିଲଡ୍ରେନ୍ ସହିତ ମୋର ପ୍ରୟାସ’।

ଏହି କଠିନ ସମୟରେ ଆମେ ଯେକୌଣସି ଉପାୟରେ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଆମର କର୍ତ୍ତବ୍ୟ। ‘ଅନ୍ୟପକ୍ଷରେ, ହୁମା କ୍ୟୁରେଶିଙ୍କ ଏହି ଆବେଦନ ଉପରେ ଜ୍ୟାକ୍ ସ୍ନାଇଡର୍ ଟ୍ୱିଟ୍ କରି କହିଛନ୍ତି ଯେ ଦିଲ୍ଲୀର ପାଣ୍ଡେମିକ୍ ବିରୋଧରେ ଲଢିବାରେ ମୁଁ ସେଭ୍ ଦି ଚିଲଡ୍ରେନ୍ ସହ ହାତ ମିଳାଇଛି। ସେମାନେ ୧୦୦ ଶଯ୍ୟା ବିଶିଷ୍ଟ ଅମ୍ଳଜାନ ଡାକ୍ତରଖାନା ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି । ଏଥିସହ ଜ୍ୟାକ୍ ତାଙ୍କୁ ସମର୍ଥନ କରିବାକୁ ଆନ୍ତର୍ଜାତୀୟ ସେଲିବ୍ରିଟିମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

Show More

Related Articles

Back to top button