Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କୋଭିଡରେ ମୃତ୍ୟୁ ହେଲେ ମିଳିବ ସହାୟତା

କୋଭିଡରେ କାହାର ଦେହାନ୍ତ ହେଲେ ସଂପୃକ୍ତ ପରିବାରକୁ  ରାଜ୍ୟ ସରକାର ସହାୟତା କରିବେ । ସୁପ୍ରିମକୋର୍ଟ ଦେଇଥିବା  ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି, ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁ ବରଣ କରିଥିବା କୋଭିଡ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଏସଓପି ଜାରି କରିବେ ।

ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି। ତାହାକୁ ଆମେ ଅନୁପାଳନ କରିବୁ। ଏଣୁ ଏହି ପ୍ରକ୍ରିୟା ଭିତରେ ଯେଉଁମାନେ ରହିଛନ୍ତି, ସେମାନେ ଆବେଦନ କରି ପାରିବେ।

Show More

Related Articles

Back to top button