ଆହୁରି ବଢିବ ତାତି
ପୂର୍ବରୁ କେବେ ଏମିତି ଗରମ ଫେବ୍ରୁଆରୀରେ ହୋଇନଥିଲା। ସାରା ଦେଶ ପାଇଁ ଭୁବନେଶ୍ୱର ପାଲଟିଛି ଉତ୍ତପ୍ତ ପିଣ୍ଡ । ଲଗାତାର ୪ ଦିନ ହେବ ଭୁବନେଶ୍ୱର ଭାରତର ସବୁଠୁ ଉତ୍ତପ୍ତ ସହର ରହିଛି

ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି। ଶନିବାର ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍ ଡେଇଁଛି ପାରଦ । ସ୍ୱାଭାବିକଠାରୁ ୭ ଡିଗ୍ରୀ ସେଲସିୟସ୍ ଉପରକୁ ଉଠି ତାପମାତ୍ରା ୪୦.୬ ଡିଗ୍ରୀରେ ପହଞ୍ଚିଛି ।ଭୁବନେଶ୍ୱର ସମେତ ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏବେ ନିସ୍ତାର ନାହିଁ ତାତିରୁ । ଆହୁରି ୨/୩ ଦିନ ଏମିତି ଛଟପଟ କରିବ ଅସ୍ୱାଭାବିକ ଗରମ । ତା’ପରେ ସାମାନ୍ୟ କମିପାରେ । କିନ୍ତୁ ୬ରୁ ପୁଣି ଜଳିବ ସାରା ଓଡ଼ିଶା ।
ପାଣିପାଗ ବିଭାଗ ସତର୍କ କରାଇଛି, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସମେତ ଭୁବନେଶ୍ୱର ସହରରେ ଆସନ୍ତା ୨ଦିନ ଭୀଷଣ ଗରମ ଅନୁଭୂତ ହେବ । ଏପରିକି ସ୍ୱାଭାବିକ ଠାରୁ ୫ଡିଗ୍ରୀ ଅଧିକ ରହିପାରେ ପାରଦ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।
ଗତ ଦଶନ୍ଧିରେ (୨୦୧୧-୨୦୨୦) ମାତ୍ର ଦୁଇଥର ଭୁବନେଶ୍ୱର ତାପମାତ୍ରା ଫେବ୍ରୁଆରୀରେ ୪୦ ଡିଗ୍ରୀ ପାର୍ କରିଥିଲା । ୨୦୧୨ରେ ୪୦.୧ ଓ ଆଉ ୨୦୧୬ରେ ୪୦.୯ ଡିଗ୍ରୀ ଥିଲା । କିନ୍ତୁ, ଚଳିତବର୍ଷ ଅସମ୍ଭାଳ ସ୍ଥିତି ଉପୁଜିଲାଣି ଭୁବନେଶ୍ୱରରେ । ଶୁକ୍ରବାର ୪୦.୪ ଡିଗ୍ରୀ ଥିବାବେଳେ ଆଜି ୪୦.୬ ଡିଗ୍ରୀ । ଗୁରୁବାର ଥିଲା ୩୯.୪ ଡିଗ୍ରୀ । ଅର୍ଥାତ୍ ଦୁଇଦିନରେ ପାରଦ ୧.୨ ଡିଗ୍ରୀ ବଢ଼ିଲାଣି ।ଗରମ ପ୍ରକୋପ ଏମିତି ଯେ ଦିନ ୧୧ଟା ପରେ ବାହାରକୁ ଆସିଲେ ନିଆଁ ବର୍ଷିଲା ଭଳି ଲାଗୁଛି । ଏପରିକି ତତଲା ପବନରେ ଦେହ ହାତ ସିଝିଯାଉଛି ।
Throat cancer is a generic term that applies to cancers of usually the mouth, the back of the nose, the top of the throat, and even right down into the voice box. buy cialis south africa What kind of patients does a cardiologist see coming into emergency departments on Friday and Saturday nights.