ଓଡ଼ିଶାମୁଖ୍ୟ ଖବର

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୪୫ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୪୪୫ ଜଣ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮ ହଜାର ୬୭୧ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୭, ଯାଜପୁରରୁ ୨୨, ମୟୂରଭଂଜରୁ ୧୮, ପୁରୀରୁ ୧୪, ଢେଙ୍କାନାଳ, ଜଗତସିଂହପୁରରୁ ୧୨-୧୨, ନୟାଗଡ଼ରରୁ ୬, ଭଦ୍ରକରୁ ୫, ରାୟଗଡ଼ାରୁ ୪, ଅନୁଗୁଳ, ଦେବଗଡ଼, ଗଂଜାମ, ସମ୍ବଲପୁରରୁ ୩-୩, ବରଗଡ଼, କେନ୍ଦ୍ରାପଡ଼ା, ନବରଂଗପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button