Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣିମ ଇତିହାସ

ଭାରତକୁ ପଦକ ୧୯ ପଦକ

ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ରଚିଛି । ବ୍ୟାଡିମିଣ୍ଟନରେ ଗତକାଲି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିଲା ବେଳେ ଆଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ ସେ ହରାଇଦେଇଛନ୍ତି ।

କୃଷ୍ଣା ନାଗର ୨୧-୧୭, ୧୬-୨୧ ଓ ୨୧-୧୭ ସେଟରେ ବିଜୟୀ ହୋଇଛନ୍ତି । ଫାଇନାଲ୍ ମୁକାବିଲାରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଥିଲା । ହଂକଂ ପ୍ରତିନ୍ଦ୍ୱନ୍ଦୀଙ୍କ ସହ କୃଷ୍ଣା ନାଗରଙ୍କ କଡ଼ା ମୁକାବିଲା ହୋଇଥିଲା ।

ସଫଳତା ପରେ କୃଷ୍ଣାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାକୁ ମିଶାଇ ଏଯାଏ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ୍ ୧୯ଟି ମେଡାଲ୍ ଜିତିଛି । ଏଥିରେ ଅଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ମେଡାଲ୍ । ଭାରତ ଇତିହାସରେ ଟୋକିଓ ଅଲିମ୍ପିକ୍ସ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

Show More

Related Articles

Back to top button