ଦେଶ ବିଦେଶବାଣିଜ୍ୟ

୧୦ ହଜାର ଟଙ୍କା ଶସ୍ତା ହେଲା ସୁନା ଦାମ୍

ଭାରତୀୟ ବଜାରରେ ଲଗାତର ଭାବେ ସୁନାର ଦାମ୍ ହ୍ରାସ ପାଇବାରେ ଲାଗିଛି । ଗୁରୁବାର ମଧ୍ୟ ସୁନାର ଦାମ୍ ହ୍ରାସ ପାଇଛି । ଶୁକ୍ରବାର କାରବାର ଆରମ୍ଭରେ ସୁନା ୮ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ପାଖାପାଖି ପହଁଚିଛି

ଶୁକ୍ରବାର ଏମସିଏକ୍ସରେ ସୁନାର ଦାମ୍ ୦.୧୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୨୯୭ ଟଙ୍କା ରହିଛି ।ରୁପାର ଦାମ୍ ମଧ୍ୟ କେଜି ପିଛା ୬୮,୯୮୯ ଟଙ୍କା ରହିଛି । ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୫୬୨୦୦ ଟଙ୍କାରେ ପହଁଚିଥିଲା । ଯାହା ସର୍ବାଧିକ ସ୍ତରରେ ରହିଥିଲା । ସେବେଠାରୁ ଏବେସୁଦ୍ଧା ପ୍ରାୟ ୧୦,୦୦୦ ଟଙ୍କା ସୁନା ଶସ୍ତା ହୋଇଛି । ଯାହା ୮ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ଅଟେ ।ଦିଲ୍ଲୀରେ ସୁନାର ଦାମ୍ ଶୁକ୍ରବାର ୧୦ ଗ୍ରାମ ପିଛା ୪୬୨୯୭ ଟଙ୍କା ରହିଛି । ଗୁରୁବାର ଏହା ୪୫,୯୫୯ ଟଙ୍କା ଥିଲା । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ଆଉନ୍ସ ପିଛା ୧୭୭୦.୧୫ ଡଲାର ରହିଛି ।

ସେହିପରି ରୁପାର ଦାମ୍ ମଧ୍ୟ ୦.୪ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୮୯୮୯ ଟଙ୍କା ରହିଛି । ଗୁରୁବାର ଏହା ୬୯୧୫୯ ରହିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ଶୁକ୍ରବାର ଆଉନ୍ସ ପିଛା ୨୭.୪୯ ଡଲାର ରହିଛି ।ବିଶେଷଜ୍ଞଙ୍କ କହିବାନୁସାରେ, ଏବେ ଯଦି କେହି ସୁନା ଓ ରୁପା କିଣିବା ପାଇଁ ଚାହାଁନ୍ତି ତେବେ ଏହା ପ୍ରକୃଷ୍ଟ ସମୟ ହେବ । ସୁନା ୪୬ ହଜାର ଟଙ୍କା ତଳେ ରହିଛି । ଏମସିଏକ୍ସରେ ଏହା ମେ ୨୦୨୦ ସ୍ତରରେ ପହଁଚିଯାଇଛି । ସେହିପରି ରୁପା ୬୮୫୦୦-୬୮୦୦୦ ଟଙ୍କା ମଧ୍ୟରେ ରହିବ । ସେହିପରି ରୁପା ୭୦ ହଜାର ଯାଏଁ ଯାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

Show More

Related Articles

Back to top button